ମୁମ୍ବାଇ: ଔରଙ୍ଗବାଦରେ ଅଭାବନୀୟ ଘଟଣା । ଲିଫ୍ଟରେ ବେକ କଟିଯିବାରୁ ଜଣେ 13 ବର୍ଷର ବାଳକର ମୃତ୍ୟ ହୋଇଥିବା ସୂଚନା ମିଳିଛି । ଛତ୍ରପତି ସମ୍ଭାଜୀ ନାଗରରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଜଣଙ୍କ ହେଉଛନ୍ତି ସାକିବ ସିଦ୍ଦିକି । ଗତ ରବିବାର ଏପରି ଘଟଣା ଘଟିଥିବା ଜଣାପଡିଛି ।
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, "ସାକିବ ସିଦ୍ଦିକିଙ୍କ ବାପା ମାଆ ହାଇଦ୍ରାବାଦରେ ରହୁଥିବା ବେଳେ ସେ ତାଙ୍କ ଜେଜେବାପାଙ୍କ ପାଖରେ ରହୁଥିଲେ । କାଟ୍କାଟ୍ ଗେଟ୍ ଅଞ୍ଚଳର ହାୟାତ୍ ହସ୍ପିଟାଲ୍ ନିକଟରେ ଜେଜେ ଓ ନାତି ରହୁଥିଲେ। ଗତକାଲି(ରବିବାର) ରାତି 9ଟା 30 ମିନିଟ ସମୟରେ ସାକିବ ବିଲ୍ଡିଂର ତୃତୀୟ ମହଲାରେ ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା । ସେ ଲିଫ୍ଟ ଭିତରକୁ ଯାଇ ଖେଳୁଥିଲା । ଏହି ସମୟରେ ସେ ଅଜାଣତରେ ଲିଫ୍ଟ ବଟନ୍ ଦବାଇ ବାହାରକୁ ଚାହିଁ ରହିଥିଲେ। ଲିଫ୍ଟର ଡୋର ହଠାତ ବନ୍ଦ ହେବାରୁ ମୁଣ୍ଡ ଅଟକିଯିବାରୁ ତଣ୍ଟି କଟିଯାଇଥିଲା। ଫଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।"
ଏହା ମଧ୍ୟ ପଢନ୍ତୁ-ବିମାନରେ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ମଦ୍ୟପ ଯାତ୍ରୀ, ଗିରଫ କଲା ପୋଲିସ
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ସାକିବ ଲିପ୍ଟ ଭିତରେ ଖେଲଉଥିବା ସମୟରେ ସୁଇଚକୁ ଦବାଇ ବାହରକୁ ଚାହିଁ ରହିଥିଲେ । ଏହି ସମୟରେ ଡୋର ହଠାତ ବନ୍ଦ ହେବାରୁ ତାଙ୍କ ଗଳା କଟିଯାଇଥିଲା। ସେ ଚିତ୍କାର କରିବାରୁ ବହୁ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । ତଣ୍ଟି କଟିଯିବାରୁ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଣା କରିଥିଲେ ।"
ତେବେ ମୃତ ନାବାଳକଙ୍କ ବାପା ମାଆଙ୍କୁ ଏନେଇ ଖବର ଦିଆଯାଇଛି ନା ନାହିଁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ନାବାଳକଙ୍କ ଜେଜେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଗତ 2 ବର୍ଷ ପୂର୍ବେ ମୁମ୍ବାଇର ଧରାବୀରେ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଏକ ବିଲ୍ଡିଂ ଲିଫ୍ଟ ଗେଟରେ ଚାପି ହୋଇ ଜଣେ 5 ବର୍ଷ ଶିଶୁର ମୃତ୍ୟୁ ହୋଇଥିଲା । ମୃତ ଶିଶୁର ହେଉଛନ୍ତି ମହମ୍ମଦ ହୁଜାଇଫା ସରଫରାଜ ଶେଖ୍ । ଧରାବୀର କ୍ରସ୍ ରୋଡରେ ଥିବା କୋଜି ହାଉସିଂ ସୋସାଇଟିରେ ଏକ ବିଲ୍ଡିଂରେ ଏହି ଅଘଟଣ ଘଟିଥିଲା ।