ETV Bharat / bharat

ତାମିଲନାଡୁର 13 ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ

author img

By

Published : Dec 28, 2020, 7:17 AM IST

ବ୍ରିଟେନରୁ ତାମିଲନାଡୁ ଫେରିଥିବା 13 ଜଣ କୋରୋନା ଚିହ୍ନଟ । ଅଧିକ ପଢନ୍ତୁ...

ତାମିଲନାଡୁର 13 ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ
ତାମିଲନାଡୁର 13 ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ

ଚେନ୍ନାଇ: ଚୀନ୍ ପରେ ଚିନ୍ତା ବଢାଉଛନ୍ତି ବ୍ରିଟେନ ଫେରନ୍ତା । ବର୍ତ୍ତମାନ ସମୟରେ ଯେଉଁମାନେ ବ୍ରିଟେନରୁ ଭାରତକୁ ଫେରୁଛନ୍ତି ସେମାନଙ୍କ ନିକଟରେ କୋରୋନା ସଂକ୍ରମଣ ଦେଖାଯାଉଛି । ଯାହା ଚିନ୍ତାର ମୁଖ୍ୟ କାରଣ ସାଜିଛି । ଏହାରି ମଧ୍ୟରେ ଚେନ୍ନାଇରେ 13 ଜଣ ବ୍ରିଟେନ ଫେରନ୍ତା କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ କୋରୋନାର ନୂଆ ଷ୍ଟ୍ରେନ ଦେଖାଦେଉଛି ନା ନାହିଁ ତାହା ଜଣାପଡିନାହିଁ ।

ତାମିଲନାଡୁକୁ ଫେରିଥିବା ମୋଟ 1438 ଜଣଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ 13 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଚିହ୍ନଟ ହୋଇଥିବା 13 ଜଣଙ୍କ ମଧ୍ୟରୁ 12 ଜଣ ଡାଇରେକ୍ଟ କଣ୍ଟାକ୍ଟରେ ଆସିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର ସୂଚନା ଦେଇଛନ୍ତି । ସୂଚନାଥାଉକି, ବ୍ରିଟେନରେ ଦେଖାଦେଇଥିବା ନୂଆ କୋରୋନା ଷ୍ଟ୍ରେନ ଏବେ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.