ETV Bharat / bharat

Operation Kaveri: ଚତୁର୍ଥ ଦିନରେ ସୁଦାନରୁ ଫେରିଲେ ୧୨୮ ଭାରତୀୟ

author img

By

Published : Apr 27, 2023, 9:09 AM IST

ଯୁଦ୍ଧ ପ୍ରଭାବିତ ସୁଦାନରୁ ଫେରୁଛନ୍ତି ଭାରତୀୟ । ଆଜି ସକାଳୁ ସୁଦାନରୁ ୧୨୮ ଭାରତୀୟଙ୍କୁ ନେଇ ଜେଧାରେ ପହଞ୍ଚିଛି ବିମାନ । ଅଧିକ ପଢନ୍ତୁ

Operation Kaveri
Operation Kaveri

ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ୭୨ ଘଣ୍ଟା ଯୁଦ୍ଧବିରତି ପରେ ଖାର୍ତୁମ ସମେତ ବିଭିନ୍ନ ସ୍ଥାନରେ ସେନା ଏବଂ ଅର୍ଦ୍ଧସାମରିକ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ କାବେରୀ । ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇ ନିଜ ରାଜ୍ୟରେ ପହଞ୍ଚାଯାଇଛି । ଏହାରି ଭିତରେ ଆଜି ସକାଳେ ୧୨୮ ଭାରତୀୟ ସୁଦାନରୁ ଆସି ଜେଧାରେ ପହଞ୍ଚିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • Another IAF C-130J flight under #OperationKaveri arrived at Jeddah with 128 Indians, the fourth aircraft from Sudan.

    Efforts are on to ensure that all Indians, who arrived in Jeddah will be sent to India at the earliest. pic.twitter.com/KGoaNRb7mv

    — V. Muraleedharan (@MOS_MEA) April 26, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଟ୍ବିଟ ଅନୁସାରେ, IAFC-130 ବିମାନ ଆଜି ଭାରତୀୟଙ୍କୁ ସୁଦାନରୁ ଆଣି ଜେଧାରେ ପହଞ୍ଚାଇଛି । ଅପରେସନ କାବେରୀରେ ୧୨୮ଜଣ ଭାରତୀୟ ସୁଦାନରୁ ଫେରିଛନ୍ତି । ଏହାପରେ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯିବ ।

ତେବେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସୋମବାର ଠାରୁ ଅପରେସନ କାବେରୀ ଆରମ୍ଭ କରାଯାଇଛି । ଆଜି ଏହାର ଚତୁର୍ଥ ଦିନ । ଆଜି ସକାଳୁ ସକାଳୁ AFC-130 ବିମାନରେ ୧୨୮ଜଣ ଭାରତୀୟ ଫେରିଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୧୦୦ ଭାରତୀୟଙ୍କ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଅଣାଯାଇଛି । ତେବେ ସେହି ସମୟର ଫଟୋ ଏବଂ ଭିଡିଓକୁ ସେୟାର କରାଯାଇଛି । ଏଥିରେ ଅନେକ ବୃଦ୍ଧ, ବୃଦ୍ଧାଙ୍କ ସହ ଛୋଟ ଛୁଆ ମଧ୍ୟ ରହିଥିବା ଦେଖାଯାଇଛି । ଜେଧାରେ ଭାରତୀୟମାନେ ପହଞ୍ଚିଥିବା ଭିଡିଓକୁ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଟ୍ବିଟ କରିଥିବା ବେଳେ ଏହାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଖୁସି ହୋଇ ରିଟ୍ବିଟ କରିଛନ୍ତି ।

ପ୍ରକାଶଥାଉକି, ସେନା ଏବଂ ଅର୍ଦ୍ଧସାମରିକ ସେନା ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ଏହାରି ଭିତରେ ୪୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣ ଯାଇଛି । ଏହି ସଂଘର୍ଷପୂର୍ଣ୍ଣ ସମୟରେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା । ସୁରକ୍ଷିତ ଭାବେ ଭାରତୀୟଙ୍କୁ ଉଦ୍ଧାର କରିବା ଏକ ପ୍ରକାର ଚାଲେଞ୍ଜ ରହିଥିଲା । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଉଦିଆରବର ମନ୍ତ୍ରୀଙ୍କ ସହ ବୈଠକ କରି ଆଲୋଚନା କରିଥିଲେ ।

ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଆରମ୍ଭ ହୋଇଥିଲା । ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,"ସୁଦାନର ରାଜଧାନୀ ସମେତ ଅନେକ ସ୍ଥାନରେ ସଂଘର୍ଷ ଜାରି ରହିଥିବା ବେଳେ ଏଥିରେ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪୦୦୦ରୁ ଅଧିକ ଆହତ ହୋଇଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.