ETV Bharat / bharat

ଗୁଜୁରାଟ ପୋଲିସକୁ ବଡ ସଫଳତା: 600 କୋଟିର ଡ୍ରଗ୍ସ ଜବତ, 4 ଗିରଫ

author img

By

Published : Nov 15, 2021, 12:19 PM IST

ଗୁଜୁରାଟ ପୋଲିସର ଆଉ ଏକ ସଫଳତା । ମୋର୍ବିରୁ 600 କୋଟି ଟଙ୍କା ମୂଲ୍ୟର 120 କିଲୋ ଡ୍ରଗ୍ସ ଜବତ କଲା ଗୁଜୁରାଟ ଏଟିଏସ । ଅଧିକ ପଢନ୍ତୁ

ଗୁଜୁରାଟ ପୋଲିସକୁ ବଡ ସଫଳତା; 600 କୋଟିର 120 କିଲୋ ଡ୍ରଗ୍ସ ଜବତ, 4 ଗିରଫ

ଗାନ୍ଧୀନଗର: ଗୁଜୁରାଟ ପୋଲିସର ଆଉ ଏକ ସଫଳତା । ମୋର୍ବିରୁ 600 କୋଟି ଟଙ୍କା ମୂଲ୍ୟର 120 କିଲୋ ଡ୍ରଗ୍ସ ଜବତ କଲା ଗୁଜୁରାଟ ଏଟିଏସ । ତେବେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଗୁଜୁରାଟ ଏଟିଏସ୍ ଓ ମୋର୍ବି ପୋଲିସର ମିଳିତ ଭାବରେ ଜିଞ୍ଜୁଡା ଗ୍ରାମରେ ଚଢାଉ କରି ଡ୍ରଗ୍ସ ଜବତ କରିବା ସହ 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅଞ୍ଚଳ ମୋର୍ବିଠାରୁ 35 କିଲୋମିଟର ଦୂରରେ ଏକ ସମୁଦ୍ର କୂଳରେ ଅବସ୍ଥିତ ।

ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଏଟିଏସର DYSP ସ୍ତରର ଅଧିକାରୀଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା । ଏହି ଚଢାଉ ସମୟରେ ଗାଁର ଅନେକ ଘରରୁ ଡ୍ରଗ୍ସ ଜବତ କରାଯାଇଛି । ତେବେ ଏହି ସପ୍ତାହରେ ଦ୍ବିତୀୟ ଥର ଗୁଜୁରାଟରୁ କୋଟି କୋଟି ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି । ଏହାର 5 ଦିନ ପୂର୍ବରୁ ଏକ କାରରୁ 66 କେଜିର ଡ୍ରଗ୍ସ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ 350 କୋଟି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.