ETV Bharat / bharat

Bihar: ପୋଲର ଖମ୍ବ ସନ୍ଧିରେ ଫସିଛି ନାବାଳକ, 21 ଘଣ୍ଟା ହେଲାଣି ଚାଲିଛି ଉଦ୍ଧାର ଅପରେସନ - Rohtas news

ବିହାର ରୋହତକର ତସରିଗଞ୍ଜରେ ଏକ ପୋଲ ଖମ୍ବରେ ଫସିରହିଛି ନାବାଳକ । 21 ଘଣ୍ଟା ଧରି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Bihar: ପୋଲର ଦୁଇ ପିଲର ମଝିରେ ଫସିଛି ନାବାଳକ, ଉଦ୍ଧାର ଅପରେସନ ଜାରି

author img

By

Published : Jun 8, 2023, 4:50 PM IST

Bihar: ପୋଲର ଖମ୍ବ ସନ୍ଧିରେ ଫସିଛି ନାବାଳକ, 21 ଘଣ୍ଟା ହେଲାଣି ଚାଲିଛି ଉଦ୍ଧାର ଅପରେସନ

ପାଟନା: ବିହାର ରୋହତାସ ଜିଲ୍ଲାରେ ଏକ ପୋଲର ଖମ୍ବ ଓ ଚଟଣା ମଧ୍ୟରେ ଫସି ରହିଛି ଜଣେ ନାବାଳକ । ସୁରକ୍ଷିତ ଉଦ୍ଧାର କରିବା ଲାଗି ଗତ 21 ଘଣ୍ଟା ଧରି ଉଦ୍ଧାରକାରୀ ଟିମ ଅପରେସନ ଜାରି ରଖିଛି । ଘଟଣାଟି ଗତକାଲିଠାରୁ ଘଟିଥିବା ବଳେ ବର୍ତ୍ତମାନ ସୁଦ୍ଧା ନାବାଳକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳତା ମିଳି ପାରିନାହିଁ । ସ୍ଥାନୀୟ ପ୍ରଶାସନ ନେତୃତ୍ବରେ ଏନଡିଆରଏଫ, ସ୍ଥାନୀୟ ଅଗ୍ନିଶମ ଟିମ ରେସ୍କ୍ୟୁ ଅପରେସନ ଜାରି ରଖିଛି ।

ସୂଚନା ଅନୁସାରେ, ତସରିଗଞ୍ଜ-ଦାଉଦନଗର ସୋନ ପୋଲର ଏକ ଖମ୍ବ ଓ ଚଟାଣ ମଧ୍ୟରେ ନାବାଳକଟି ଫସି ରହିଛି । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ରଞ୍ଜନ କୁମାର ନାମକ ଏହି 12 ବର୍ଷୀୟ ନବାଳକଟି ମାନସିକ ଭିନ୍ନକ୍ଷମ । ପୋଲର ଖମ୍ବ ଓ ଚଟାଣ ମଧ୍ୟରେ ପ୍ରାୟ 2 ଫୁଟର ଫାଙ୍କା ସ୍ଥାନ ରହିଛି । କୌଣସି କାରଣବଶତଃ ଏହି ନାବାଳକଟି ପୋଲ ଉପରେ ଚଢିଥିବା ବେଳେ ଖସି ପଡ଼ିବାରୁ ଫସିରହିଛି । ଉପରୁ ନାବାଳକ ଶରୀର କିଛି ଅଂଶରେ ଦୃଶ୍ୟମାନ ମଧ୍ୟ ହେଉଛି । ସେ ହାତ ଗୋଡ ହଲାଉଥିବା ମଧ୍ୟ ଉଦ୍ଧାରକାରୀ ଟିମ୍‌ ସଦସ୍ୟ ଜାଣିବାକୁ ପାଇଛନ୍ତି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଏହି ପୋଲର ଖମ୍ବରେ କିଛି ପାରା ବାସ କରୁଥିଲେ । ଏହି ନାବାଳାକ ଜଣଙ୍କ କୌତୁହଳବଶତଃ ପାରା ଧରିବା ପାଇଁ ପୋଲ ଉପରେ ଚଢିଯାଇ ଥାଇପାରେ । ସେଠାରେ ସେ ପିଲର ଓ ଚଟାଣ ମଝିରେ ଥିବା ଫାଙ୍କା ସ୍ଥାନରେ ଖସି ପଡିଥାଇ ପାରେ । କୌଣସି ସୂତ୍ରରୁ ଏପରି ଅଘଟଣ ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯାଇଥିଲା । ଉଦ୍ଧାର କାର୍ଯ୍ୟ ଗତକାଲିଠାରୁ ଜାରି ରହିଛି । ତଳେ ନାବାଳକର ପରିବାର ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀ ଭିଡ଼ ଜମାଇଛନ୍ତି ।

ରେସ୍କ୍ୟୁ ଟିମ ଧୀରେଧୀରେ ପୋଲ ଖମ୍ବର କଂକ୍ରିଟ ଅଂଶକୁ କାଟିବା ଜାରି ରଖିଛି । ଅତ୍ୟାଧୁନିକ ମେସିନରେ ନାବାଳକକୁ କ୍ଷତି ନପହଞ୍ଚାଇ ପୋଲ ପିଲରକୁ ବେଶ ସତର୍କତାମୂଳକ ଭାବେ କଟାଯାଉଛି । ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଉଦ୍ଧାରକାରୀ ଟିମ୍‌ ନାବାଳକ ପାଖରେ ପହଞ୍ଚିବା ନେଇ ଆଶା କରାଯାଉଛି । ଅନ୍ୟପଟେ ପିଲାଟିର ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଉଦ୍ଧାର ପରେ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ପରେ ନାବାଳକକୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ସ୍ଥାନୀୟ ପ୍ରଶାସନ ସମସ୍ତ ବ୍ୟବସ୍ଥା ମଧ୍ୟ ଶେଷ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.