ETV Bharat / bharat

Explosion in Hariyana: ଗନପାଉଡ଼ର କାରଖାନାରେ ବିସ୍ଫୋରଣ, 12 ଆହତ

author img

By

Published : Apr 19, 2022, 3:10 PM IST

ଗନ ପାଉଡ଼ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ 12ଜଣ ଲୋକ ଗୁରୁତ୍ବର ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

explosion at gunpowder factory in haryana
Explosion in Hariyana: ଗନ ପାଉଡ଼ର କାରଖାନାରେ ବିସ୍ଫୋରଣ, 12 ଆହତ

ନୁହ(ହରିୟାଣା): ଗନ ପାଉଡ଼ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ 12 ଜଣ ଲୋକ ଗୁତୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହରିୟାଣାର ନୁହ ଜିଲ୍ଲାର ଶାହା ଚୌକା ଗ୍ରାମରେ ଥିବା ଏହି ଗନପାଉଡ଼ର କାରଖାନାରେ ବିସ୍ଫୋରଣ ଘଟି ଚାରିଆଡେ ନିଆଁ ଲାଗିଯାଇଥିଲା ।

ଏପରିକି କାରଖାନାରେ ଥିବା କିଛି ବିସ୍ଫୋରକ ପଦାର୍ଥରେ ନିଆଁ ଲାଗିଯାଇଥିଲା । ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

ଏହି ଘଟଣାରେ ନିକଟସ୍ଥ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବାବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.