ETV Bharat / bharat

Children Vaccination: ଟିକା ନେବା ପରେ ବେହୋସ୍ ହୋଇଗଲେ ୧୨ ପିଲା

କୋରୋନା ଟିକା ନେବା ପରେ ବେହୋସ୍ ହୋଇଗଲେ ୧୨ ଜଣ ପିଲା । ଜାଣନ୍ତୁ କେଉଁଠି

Children Vaccination: ଟିକା ନେବା ପରେ ବେହୋସ୍ ହୋଇଗଲେ ୧୨ ପିଲା
Children Vaccination: ଟିକା ନେବା ପରେ ବେହୋସ୍ ହୋଇଗଲେ ୧୨ ପିଲା
author img

By

Published : Mar 26, 2022, 8:23 AM IST

ଭୋପାଳ: କୋରୋନା ଟିକା ନେବା ପରେ ପିଲା ବେହୋସ୍(children fainted after receiving covid vaccine) । ଜଣେ କି ଦୁଇ ଜଣ ନୁହେଁ, ୧୨ ଜଣ ପିଲା ଟିକା ନେଇ ଏପରି ଭାବେ ଅସୁସ୍ଥ ହୋଇଯାଇଛନ୍ତି । ମଧ୍ୟପ୍ରଦେଶ ସତନା(Satna)ରୁ ଏହି ଖବର ସାମ୍ନାକୁ ଆସିଛି । ଶୁକ୍ରବାର କୋରୋନା ଟିକା ନେବା ପରେ ହଠାତ୍ ୧୨ ଜଣ ଚେତାଶୂନ୍ୟ ହୋଇଯାଇଛନ୍ତି । ଅସୁସ୍ଥ ପିଲାମାନଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲାମାନଙ୍କ ବୟସସୀମା ୧୨ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ଟିକା ନେବା ସମୟରେ ଅତ୍ୟଧିକ ଭୟଭୀତ ହେବା ଯୋଗୁଁ ପିଲାମାନେ ଏପରି ଭାବେ ଚେତାଶୂନ୍ୟ ହୋଇଯାଇଥିଲେ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ଏବେ ସମସ୍ତେ ହୋସ୍‌କୁ ଆସିଛନ୍ତି ଏବଂ ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି । ତେବେ ପିଲାମାନେ ଏପରି ବେହୋସ୍ ହୋଇଯିବାର କାରଣ ଭୟ କୁହାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୬ରୁ ଦେଶବ୍ୟାପୀ ୧୨ ରୁ ୧୪ ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି କିଶୋର କିଶୋରୀମାନଙ୍କୁ କୋରୋନା ଟିକା କୋର୍ବୋଭାକ୍ସ ଦିଆଯାଉଛି । ଏବେସୁଦ୍ଧା ଦେଶରେ ପ୍ରାୟ ୧ କୋଟି ୧୨ ରୁ ୧୪ ବର୍ଷ ବର୍ଗ ଟିକା ନେଇଛନ୍ତି । ମୋଟାମୋଟି ଭାବେ ଏଯାବତ୍ 182.83 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.