ETV Bharat / bharat

Himachal Pradesh Rain: 305 ଜାତୀୟ ରାଜପଥ ସମେତ 112ଟି ରାସ୍ତା ବ୍ଲକ୍‌

author img

By ETV Bharat Odisha Team

Published : Sep 3, 2023, 5:40 PM IST

ବର୍ଷା କାରଣରୁ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଜନଜୀବନ ପ୍ରବାଭିତ ହୋଇଛି । 305 ଜାତୀୟ ରାଜପଥ ସମେତ 112ଟି ରାସ୍ତା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ

Himachal Pradesh rain
Himachal Pradesh rain

ଶିମିଳା: ହିମାଚଳ ପ୍ରଦେଶରେ ଦାଉ ସାଧୁଛି ପ୍ରକୃତି । ଗତ କିଛି ସପ୍ତାହ ଧରି ଜାରି ରହିଥିବା ପ୍ରବଳ ବର୍ଷାରେ ହନ୍ତସନ୍ତ ରାଜ୍ୟବାସୀ । ବର୍ଷା କାରଣରୁ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଯାତାୟତ ଠପ୍ ହୋଇଛି । ରାଜ୍ୟ ଜରୁରୀକାଳିନ ଅପରେସନ ସେଣ୍ଟର ଅନୁଯାୟୀ, ରବିବାର ଲଗାଣ ବର୍ଷା ଫଳରେ ରାଜ୍ୟର 305 ଜାତୀୟ ରାଜପଥ ସମେତ 112ଟି ରାସ୍ତାରେ ଯାତାୟତ ଅସମ୍ଭବ ହୋଇଛି । ଏହାସହ 12ଟି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ଘଟିଛି । ଅଧିକାଂଶ ଅଞ୍ଚଳରେ ରାସ୍ତା ଧୋଇ ହୋଇଯାଇଥିବା ବେଳେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ପ୍ରବାହିତ ହେଉଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ୍‌ ହୋଇଛି ।

ପ୍ରବଳ ବର୍ଷା କାରଣରୁ ଅନେକ ଅଞ୍ଚଳରେ ନଦୀର ଜଳସ୍ତର ବଢ଼ିବା ସହ ପୋଲ ଭାସି ଯାଇଛି । ହିମାଚଳ ପ୍ରଦେଶରେ 112ଟି ରାସ୍ତା ମୁଖ୍ୟସ୍ରୋତରୁ ଆଲଗା ହେବା ସହ ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଛି । ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ତଥା ଏନ୍‌ଡିଆର୍‌ଏଫ୍‌ ଟିମ୍ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି । ଏହାସହ ଯୋଗାଯୋଗ ବିଚ୍ଛିନ୍ନ ଅଞ୍ଚଳରେ ଖାଦ୍ୟ ଓ ପାନୀୟ ଜଳ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ସୂଚନା ଦେଇଛି ।

ଅଧିକ ପଢନ୍ତୁ: Himachal Pradesh: ଭୂସ୍ଖଳନରେ ମାଟିରେ ମିଶିଗଲା ଏକାଧିକ ଘର, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ତେବେ ସରକରୀ ତଥ୍ୟ ଅନୁଯାୟୀ, ଦୀର୍ଘ ଦିନଧରି ହିମାଚଳ ପ୍ରଦେଶରେ ବର୍ଷା ତାଣ୍ଡବ ଜାରି ରହିଥିବା ବେଳେ ଶତାଧିକ ଲୋକେ ବାସହରା ହୋଇ ପଡ଼ିଛନ୍ତି । ଗତ କିଛି ସପ୍ତାହ ଧରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ରାଜ୍ୟ ଭୂସ୍ଖଳନ, ବନ୍ୟା ଇତ୍ୟାଦି କାରଣରୁ ଶତାଧିକ ଲୋକଙ୍କ ଜୀବନ ଯାଇଛି । ରାଜ୍ୟକୁ 12,000 କୋଟି ଟଙ୍କାରୁ ଉର୍ଦ୍ଧ୍ବର ଆର୍ଥିକ କ୍ଷତି ଘଟିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ରେକର୍ଡ ଅନୁଯାୟୀ, ଭୂସ୍ଖଳନ ଏବଂ ବନ୍ୟାରେ ମୋଟ 136 ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି । ସଡ଼କ ଦୁର୍ଘଟଣା ତଥା ଅନ୍ୟାନ କାରଣରୁ ମୋଟ 231 ଜଣ ପ୍ରାଣ ହରାଇଥିଲେ । ହିମାଚଳ ପ୍ରଦେଶରେ କ୍ରମାଗତ ଭାବେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ କାରଣରୁ ପାହାଡିଆ ଅଞ୍ଚଳରେ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି । ଯାହିକୁ ନେଇ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ 'ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ' ଭାବରେ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.