ETV Bharat / bharat

Kanjhawala Death Case: କଠୋର ହେଲେ ଗୃହ ମନ୍ତ୍ରଣାଳୟ, ୧୧ ପୋଲିସକର୍ମୀ ନିଲମ୍ବିତ

author img

By

Published : Jan 13, 2023, 8:16 PM IST

ଦିଲ୍ଲୀ କଞ୍ଝୱାଲା ଘଟଣାରେ କଠୋର ହେଲେ ଗୃହ ମନ୍ତ୍ରଣାଳୟ । ଦିଲ୍ଲୀ ପୋଲିସକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ପରେ ୧୧ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର କଞ୍ଝୱାଲା କାର ଘୋଷାଡ଼ିବା ଘଟଣାରେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦିଲ୍ଲୀ ପୋଲିସ । ୧୧ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ଇନ୍ସପେକ୍ଟର ଥିବା ବେଳେ ୪ଜଣ ସବ-ଇନ୍ସପେକ୍ଟର ଓ ୪ଜଣ ହେଡ଼ କନଷ୍ଟେବଳ, ଜଣେ କନେଷ୍ଟବଳ ସାମିଲ ରହିଛନ୍ତି । ଘଟଣା ଘଟିବା ଦିନ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୬ଜଣ PCR ଡ୍ୟୁଟିରେ ଥିଲେ । ଏହାସହିତ ଦିଲ୍ଲୀ ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇଥିବା DCPଙ୍କୁ ମଧ୍ୟ ନୋଟିସ ଜାରି କରିଛି ।

ଗତ ଗୁରୁବାର ଦିଲ୍ଲୀ ପୋଲିସ ଘଟଣା ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଗୃହ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା । ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସ କମିଶନରଙ୍କୁ ୩ ପିସିଆର ଓ ୨ ପୋଲିସ ପିକେଟରେ ଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ମନ୍ତ୍ରଣାଳୟ ଦୋଷୀଙ୍କ ବିରୁଦ୍ଧରେ ଶୀଘ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ କାରରେ ବସିଥିବା ସମସ୍ତ ଅଭିଯୁକ୍ତଙ୍କ ଉପରେ ହତ୍ୟାକାଣ୍ଡର ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ-Delhi Kanjhawala case: 300 ସିସିଟିଭି ଫୁଟେଜର ଯାଞ୍ଚ କରୁଛି ପୋଲିସ

ଗୃହ ମନ୍ତ୍ରଣାଳୟ କାରରେ ଥିବା ସମସ୍ତ ଅଭିଯୁକ୍ତଙ୍କ ଉପରେ IPC ଧାରା ୩୦୨ ଅନୁସାରେ ହତ୍ୟାକାଣ୍ଡର ମାମଲା ରୁଜୁ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ଆସିବା ପରେ ପୋଲିସ ମଧ୍ୟ ଖୁବଶୀଘ୍ର ହତ୍ୟାକାଣ୍ଡ ହତ୍ୟାକାଣ୍ଡ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡ ମାମଲା ରୁଜୁ କରିବା ଲାଗି ମୃତ ଯୁବତୀ ଅଞ୍ଜଳିଙ୍କ ପରିବାର ଦାବି କରିଆସୁଥିଲେ । ଏହାସହିତ ଘଟଣାକୁ ନେଇ ପୋଲିସ ଅବହେଳା କରୁଥିବା ସେମାନେ ଅଭିଯୋଗ କରୁଥିଲେ । ଅଞ୍ଜଳି ସ୍କୁଟିକୁ ଧକ୍କା ଦେବା ପରେ ୧୩ କିଲୋମିଟର ଅଭିଯୁକ୍ତମାନେ ଘୋଷାଡ଼ିଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ PCR କର୍ମୀ କଣ କରୁଥିବା ନେଇ ପ୍ରଶ୍ନ ଉଠିଥିଲା ।

DCP ହରେନ୍ଦ୍ର କୁମାର ସିଂଙ୍କ ଅନୁରୋଧ କ୍ରମେ ଗୁଜୁରାଟ ଗାନ୍ଧୀନଗରର ଫରେନ୍ସିକ ବିଶେଷଜ୍ଞର ୫ ଜଣିଆ ଟିମ୍‌ ଦିଲ୍ଲୀରେ ପହଞ୍ଚିଥିଲେ । ଏହି ଘଟଣାରେ ଫରେନ୍ସିକ ଟିମ୍‌ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି । ଯାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଗୃହ ମନ୍ତ୍ରଣାଳୟ ଜାନୁଆରୀ ୨ ତାରିଖରେ ସ୍ବତନ୍ତ୍ର ପୋଲିସ କମିଶନର ଶାଲିନୀ ସିଂଙ୍କୁ ଏହି ମାମଲା ଯାଞ୍ଚ ପାଇଁ ଦାୟିତ୍ବ ଦେଇଥିଲେ । ସେ ଯାଞ୍ଚ କରିବା ପରେ ଘଟଣାର ରିପୋର୍ଟ ଗୃହ ମନ୍ତ୍ରଣାଳୟକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ଏଯାବତ ୬ଜଣ ଅଭିଯୁକ୍ତ ଜେଲ୍‌ରେ ରହିଛନ୍ତି ।

ସୂଚନା ଥାଉ କି ଦିଲ୍ଲୀର ସୁଲତାନପୁରୀରେ ନୂଆବର୍ଷ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଥିଲା ଏହି ଅଘଟଣ । ୨୩ ବର୍ଷୀୟ ଅଞ୍ଜଳି ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା । ଅଭିଯୋଗ ଅନୁସାରେ ସ୍କୁଟି ଆରୋହୀ ଅଞ୍ଜଳିଙ୍କୁ ପ୍ରଥମେ ଏକ କାର ଧକ୍କା ଦେଇଥିଲା । ଏହାପରେ ତାଙ୍କୁ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହି କାରରେ ଥିବା ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଅଞ୍ଜଳିଙ୍କ ବନ୍ଧୁ ନିଧିଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ଜାମିନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.