ETV Bharat / bharat

ମହାରାଷ୍ଟ୍ରରେ କାନ୍ଥ ଭୁଶୁଡି ୨୧ ମୃତ, ସହାୟତା ଘୋଷଣା କଲେ ସରକାର

author img

By

Published : Jul 18, 2021, 8:30 AM IST

Updated : Jul 18, 2021, 2:48 PM IST

ମହାରାଷ୍ଟ୍ରର ଚେମ୍ବରର ଭରତ ନଗର ଅଞ୍ଚଳରେ କାନ୍ଥ ଭୁଶୁଡି ଚାଲିଗଲା 21 ଜୀବନ । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...

କାନ୍ଥ ଭୁଶୁଡି ୧୨ ମୃତ
କାନ୍ଥ ଭୁଶୁଡି ୧୨ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଦୁଇଟି ସ୍ଥାନରେ ଅଘଟଣ । କାନ୍ଥ ଭୁଶୁଡି ଚାଲିଗଲା 21 ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ଚେମ୍ବରର ଭରତ ନଗର ଏ ବିକ୍ରୋଲି ଅଞ୍ଚଳରେ । ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ 19 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି ।

ମହାରାଷ୍ଟ୍ରରେ କାନ୍ଥ ଭୁଶୁଡ ୧୯ ମୃତ

ସୂଚନାଅନୁସାରେ, କିଛି ଦିନ ହେବ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଏନେକ ସ୍ଥାନ ଜଳବନ୍ଦୀ ହୋଇଛି । ଅନେକ ସ୍ଥାନରେ ବର୍ଷା ପାଣି ଘରେ ପଶି ଯାଇଥିବା ଦେଖିବାକୁ ମିଳିଛି । ଭୂସ୍କଳନ ଯୋଗୁଁ କାନ୍ଥ ଭଶୁଡିବା ଫଳରେ ଏପରି ଅଘଟଣ ହୋଇଛି । ତେବେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ସହିତ ଆହତଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ଅନ୍ୟପକ୍ଷରେ ହନୁମାନ ନଗର, ପୂର୍ବ କାନ୍ଦିଭାଲି ଅଞ୍ଚଳର ଅନେକଙ୍କ ଘରେ ବର୍ଷା ପାଣି ପଶିଯାଇଛି । ୬ଟି ଘରର କାନ୍ଥ ଭୁଶୁଡିବା ସୂଚନା ମିଳିଛି। ଏବେ ବି କାନ୍ଥ ତଳେ ୮ ଜଣ ଫସିଥିବା ସୂଚନା ଜଣାପଡିଛି । ଏହା ସହିତ ମୁମ୍ବାଇର ବିକ୍ରୋଲି ଅଞ୍ଚଳରେ ଘର ଭୁଶୁଡି ୬ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

  • Deeply saddened by the news of many casualties in incidents following heavy rain in Mumbai's Chembur and Vikhroli areas. I express my condolences to the bereaved families and wish for successful relief and rescue work, tweets President Ram Nath Kovind pic.twitter.com/cT5f2sQs56

    — ANI (@ANI) July 18, 2021 " class="align-text-top noRightClick twitterSection" data=" ">

ସେପଟେ ଏହି ଅଘଟଣରେ ପ୍ରାଣ ହରାଇଥିବା ସମସ୍ତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହିତ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : Jul 18, 2021, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.