ETV Bharat / bharat

ବ୍ରାହ୍ମଣଙ୍କୁ ଅପଶବ୍ଦ କହିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଜିଭ କାଟିବାକୁ ୧୧ଲକ୍ଷ ଘୋଷଣା କଲା ବିଜେପି

ବ୍ରହ୍ମଣଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ଜିତନ ରାମ ମାଝି ଙ୍କ ଜିଭ କାଟିବାକୁ ୧୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ରାଜ୍ୟ ବିଜେପି ନେତା ଗଜେନ୍ଦ୍ର ଝା । କାହାର ଦମ ନାହିଁ ବୋଲି କହିଲେ HAM ମୁଖପାତ୍ର । ଅଧିକ ପଢନ୍ତୁ

ବ୍ରାହ୍ମଣଙ୍କୁ ଅପଶବ୍ଦ କହିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ,  ଜିଭ କାଟିବାକୁ ୧୧ଲକ୍ଷ ଘୋଷଣା କଲା ବିଜେପି
ବ୍ରାହ୍ମଣଙ୍କୁ ଅପଶବ୍ଦ କହିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଜିଭ କାଟିବାକୁ ୧୧ଲକ୍ଷ ଘୋଷଣା କଲା ବିଜେପି
author img

By

Published : Dec 21, 2021, 9:39 PM IST

ପାଟନା: ବିବାଦରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି (Former Bihar Chief Minister Jitan Ram Majhi ) । ବ୍ରାହ୍ମଣଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜିତନ ରାମ । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଜିତନ ରାମ ଗତ ଶନିବାର ବ୍ରାହ୍ମଣ ମାନଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ଏନେଇ ଅନେକ ସ୍ଥାନରେ ମାମଲା ରୁଜୁ କରାଯାଇଛି । ଏଭଳି ମନ୍ତବ୍ୟକୁ ନେଇ ଜିତନ ରାମଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଗଜେନ୍ଦ୍ର ଝା । ସେ କହିଛନ୍ତି ଯେ ଜିତନ ରାମ ମାଝିଙ୍କ ଜିଭ ଯିଏ କାଟିବ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ । (Gajendra Jha Announces Reward for Cut Manjhi Tongue )

ତେବେ ବିଜେପି ନେତାଙ୍କ ଏପରି ମନ୍ତବ୍ୟ ପରେ ଜିତନ ରାମ ମାଝିଙ୍କ ପାର୍ଟି HAM ମୁଖପାତ୍ର ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଜିତନ ରାମ ମାଝିଙ୍କ ବିରୋଧରେ ଲଗାତର ବିଜେପି ନେତାଙ୍କ ଦ୍ବାରା ଅଶ୍ଳୀଳ ଟିପ୍ପଣୀ ଦିଆଯାଉଛି । ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ଗଜେନ୍ଦ୍ର ଝା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଭ କାଟିବେ ବୋଲି କହିଛନ୍ତି । ହେଲେ କାହାର ବି ଦମ ନାହିଁ ଜିତନ ରାମ ମାଝିଙ୍କ ଜିଭ କାଟିବାକୁ । ତେବେ ଏଭଳି ମନ୍ତବ୍ୟ ଦଳିତଙ୍କ ପାଇଁ ଅପମାନ ନୁହଁ ବୋଲି ପ୍ରଶ୍ନ କରିଛନ୍ତି HAM ମୁଖପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବୟାନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ଏହାକୁ ନେଇ କେଉଁ ପ୍ରକାର ରାଜନୀତି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ବିଜେପି ନେତୃତ୍ୱକୁ ଚେତାବନୀ ଦେଇ ମୁଖପାତ୍ର କହିଛନ୍ତି ଯେ ନିଜ ନେତାମାନଙ୍କ ଉପରେ ନଜରରେ ରଖନ୍ତୁ ନଚେତ ଏହାର ପରିଣାମ ଯାହା ହେବ ତାହା ଆପଣଙ୍କୁ ସାମ୍ନା କରିବାକୁ ପଡିବ ।

ସୂଚନା ଅନୁୟାୟୀ ଗତକାଲି ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ହିନ୍ଦୁ ମହାସଭାର ସାଧାରଣ ସମ୍ପାଦକ ଗଜେନ୍ଦ୍ର ଝା କହିଥିଲେ ଯେ ଯଦି କେହି ବ୍ରାହ୍ମଣ ସମ୍ପ୍ରଦାୟର ପୁଅ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଭ କାଟନ୍ତି ତେବେ ସେ ତାଙ୍କୁ ପୁରସ୍କାର ସ୍ୱରୂପ 11 ଲକ୍ଷ ଟଙ୍କା ଦେବେ। ଏହା ସହିତ, ସେ ତାଙ୍କୁ ସାରା ଜୀବନ ଖାଇବାକୁ ମଧ୍ୟ ଦେବେ । ଏଥି ସହ ବ୍ରାହ୍ମଣ ସମ୍ପ୍ରଦାୟକୁ ସ୍ମାର୍ଟ ହେବାକୁ ସେ ଚେତାବନୀ ଦେଇଛନ୍ତି । ଯଦି ମନୋବଳ ଦୃଢ ନରହେ ତେବେ ଏଠାରେ ବଞ୍ଚିବା କଷ୍ଟକର ହୋଇପଡିବ ।

ଡିସେମ୍ବର ୧୯ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ସମୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି ବ୍ରାହ୍ମଣମାନଙ୍କ ମାନଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ । ଏହାପରେ ଏଥି ପାଇଁ କ୍ଷମା ମାଗି କହିଥିଲେ ଯେ ନିଜ ସମାଜ ପାଇଁ ଏହି ଶବ୍ବ ବ୍ୟାବହାର କରିଥିବା ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.