ETV Bharat / snippets

ଗୋଟିଏ ଘରେ ଶୋଇଥିଲେ ତିନି ଭାଇ, ହେଲେ ଉଠିଲେ ଦୁଇ ଭାଇ

author img

By ETV Bharat Odisha Team

Published : Jul 28, 2024, 3:39 PM IST

Youngman Dies Of Snake Bite
Youngman Dies Of Snake Bite (ETV Bharat Odisha)

ଭଦ୍ରକ: ଗୋଟିଏ ଘରେ ତିନି ଭାଇ ଶୋଇଥିବାବେଳେ ସାପ କାମୁଡାରେ ବଡ ଭାଇର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ରଞ୍ଜନ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଅଢୁଆଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ତିନି ଭାଇ ଗୋଟିଏ ଘରେ ଶୋଇଥିଲେ । ସାନ ଭାଇ ଚନ୍ଦନଙ୍କ ନିଦ ଯେତେବେଳେ ଭାଙ୍ଗିଲା, ସେ ଦେଖିଲେ ଯେ ତାଙ୍କ ବଡ ଭାଇଙ୍କ ପାଟିରୁ ଗରଳ ବାହାରୁଛି । ସେ ସଙ୍ଗେ ସଙ୍ଗେ ଏ ବିଷୟରେ ନିଜ ମା'ଙ୍କୁ ଜଣାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସମସ୍ତ ଚେଷ୍ଟା ସତ୍ତ୍ବେ ରଞ୍ଜନଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.