ETV Bharat / snippets

ଭିଜିଲାନ୍ସ ଜାଲରେ ଦୁଇ ରାଜସ୍ବ କର୍ମଚାରୀ

author img

By ETV Bharat Odisha Team

Published : Jun 22, 2024, 9:55 AM IST

SUBARNAPUR RI ARRESTED
SUBARNAPUR RI ARRESTED (ETV Bharat Odisha)

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ଓ ସହ-ରାଜସ୍ବ ନିରୀକ୍ଷକ । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ସର୍କଲର ରାଜସ୍ବ ନିରୀକ୍ଷକ SD ରାଜେନ୍ଦ୍ର ମିଶ୍ର ଓ ସହ-ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗ ଜଣେ ହିତାଧିକାରୀଙ୍କ ପାଖରୁ ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପଧାନଙ୍କ ବାପାଙ୍କ ନାମରେ ଏକ ରିପୋର୍ଟ ତହସିଲ ଅଫିସକୁ ପଠାଇବା ପାଇଁ ନିତ୍ୟାନନ୍ଦଙ୍କୁ ରାଜସ୍ୱ ନିରୀକ୍ଷକ 5ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଉଭୟ ଆରଆଇ ରାଜେନ୍ଦ୍ର ମିଶ୍ର ଓ ଏଆରଆଇ ପଞ୍ଚାନନ ଡାଙ୍ଗଙ୍କୁ ଭିଜିଲାନ୍ସ ଗିରଫ କରି ସଦର ମହକୁମା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି l

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.