ETV Bharat / snippets

ବିଲରେ କରୁଥିଲେ କାମ; ଅଚାନକ ହେଲା ବଜ୍ରପାତ, ଆଉ ତା ପରେ..

author img

By ETV Bharat Odisha Team

Published : Aug 18, 2024, 8:54 PM IST

LIGHTNING STRIKES DEATH
LIGHTNING STRIKES DEATH (ETV Bharat Odisha)

ଯାଜପୁର: କୋରେଇ ଥାନା ଆଲଡା ଜଳଶରପୁର ଗ୍ରାମରେ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଓ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଲଡା ଜଳସରପୁର ଗ୍ରାମର ରାଜେନ୍ଦ୍ର ମାଲ୍ଲିକ ଓ ନିରଞ୍ଜନ ମାଲ୍ଲିକଙ୍କ ସହ ଅନ୍ୟ ଜଣେ ବିଲରେ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏହା ପ୍ରଭାବରେ ଘଟଣାସ୍ଥଳରେ ସେମାନେ ପଡିଯାଇଥିଲେ । ଗ୍ରାମବାସୀମାନେ ସାମେନଙ୍କୁ ତୁରନ୍ତ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ନିରଞ୍ଜନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଅନ୍ୟଜଣେ ଆହତଙ୍କ ପରିଚୟ ମିଳିନାହିଁ । ସେପଟେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.