ETV Bharat / snippets

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର୍ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀ

author img

By ETV Bharat Odisha Team

Published : May 30, 2024, 11:19 AM IST

PG COUNCIL CHARIMAN OF BU
PG COUNCIL CHARIMAN OF BU (ETV Bharat Odisha)

ବ୍ରହ୍ମପୁର: ବଦଳିଲେ ପିଜି କାଉନସିଲର୍ ଅଧ୍ଯକ୍ଷ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର୍ ଅଧ୍ଯକ୍ଷ ଭାବରେ ବିଶ୍ବବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର ସୁକାନ୍ତ ତ୍ରିପାଠୀଙ୍କୁ ନିଯୁକ୍ତି କରାଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପକ୍ଷରୁ ଏବଂ ବିଶ୍ବବିଦ୍ୟାଳୟର କୂଳସଚିବ ଦ୍ଵାରା ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପିଜି କାଉନସିଲର୍ ଅଧ୍ଯକ୍ଷ ଭାବରେ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଆସନ୍ତା ୧ ତାରିଖ ଠାରୁ ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ବ ନିର୍ବାହ କରିବେ । ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କୁ ଏଭଳି ନିଯୁକ୍ତିକୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଥିବା ବେଳେ ପୂର୍ବରୁ ଏହି ଦାୟିତ୍ବରେ ରହିଥିବା ପ୍ରଫେସର ସୁଶାନ୍ତ କୁମାର ବରାଳଙ୍କୁ ନିଜର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.