ETV Bharat / snippets

ସିରିଜ ଦୁର୍ଘଟଣା, ଜଣେ ଗର୍ଭବତୀଙ୍କ ସହ ଯୁବକ ମୃତ

author img

By ETV Bharat Odisha Team

Published : Jul 13, 2024, 10:55 PM IST

Series Accident In Rairangpur
Series Accident In Rairangpur (ETV Bharat Odisha)

ରାଇରଙ୍ଗପୁର:‌ ମୟୂରଭଞ୍ଜ ଜିଲ୍ଲାର NH 220 ବାଦାମପାହାଡ଼ ଥାନା ଅଞ୍ଚଳରେ ସିରିଜ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ 2 ଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି । ତେବେ ଦଲକି ଛକରେ ଜଣେ ଯୁବକଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ଖେରଣାରେ ଆଉ ଜଣେ ଗର୍ଭବତୀ ମହିଳାଙ୍କୁ ଧକ୍କା ଦେବା ପରେ ଗଛରେ ପିଟି ହୋଇଥିଲା କାର । କାରରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ଦେଉଁଗା ଗ୍ରାମର ଗର୍ଭବତୀ ମହିଳା ସାଲେହା ଖାତୁନ କେନ୍ଦୁଝରରୁ ସ୍ତ୍ରୀ ବିଶେଷଜ୍ଞ ଡ଼ଃକୁ ଦେଖେଇ ଘରକୁ ଫେରୁଥିବା ବେଳେ କାର ଆସି ତାଙ୍କୁ ଧକ୍କା ଦେଇଥିଲା । ଅନ୍ୟ ମୃତକ ଜଣକ ହେଲେ ଦଲକି ଗ୍ରାମର ଡାକ୍ତର ପାତ୍ର । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.