ETV Bharat / snippets

ଉପବାଚସ୍ପତି ପାଇଁ ନାମାଙ୍କନ ଭରିଲେ ଭବାନୀ ଭୋଇ

author img

By ETV Bharat Odisha Team

Published : Jul 24, 2024, 8:07 AM IST

Updated : Jul 24, 2024, 10:04 AM IST

Mla Bhabani shankar Bhoi
Mla Bhabani shankar Bhoi (Etv Bharat Odisha)

ଭୁବନେଶ୍ବର: ଉପବାଚସ୍ପତି ପାଇଁ ନାମାଙ୍କନ ଭରିଲେ ତଳସରା ଭବାନୀ ଶଙ୍କର ଭୋଇ । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିଛି । ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ଭବାନୀ ଭୋଇ ଜିତିବା ଏକପ୍ରକାର ନିଶ୍ଚିତ । ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାର ସଦସ୍ୟ ହେଉଛନ୍ତି ଭବାନୀ ଶଙ୍କର ଭୋଇ। ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଜଣାଶୁଣା ଆଦିବାସୀ ଚେହେରା । 2019 ରେ ଭବାନୀ ଶଙ୍କର ଭୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଷ୍ଟିଫେନ ସୋରଙ୍ଗ ଙ୍କୁ 16 ହଜାର ଭୋଟ ରେ ହରାଇଥିଲେ । ସେହିପରି 2024 ରେ ଭବାନୀ ଶଙ୍କର ଭୋଇ ବିଜେଡି ପ୍ରାର୍ଥୀଙ୍କ ଠାରୁ 17 ହାଜର ରୁ ଉର୍ଧ୍ବ ଭୋଟ ରେ ବିଜୟୀ ହୋଇଛନ୍ତି।

Last Updated : Jul 24, 2024, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.