ETV Bharat / snippets

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ନାଉଗାଁ କନିଷ୍ଠ ଯନ୍ତ୍ରୀ

author img

By ETV Bharat Odisha Team

Published : Aug 9, 2024, 9:47 PM IST

junior engineer smruti ranjan nayak in vigilance net
junior engineer smruti ranjan nayak in vigilance net (ETV Bharat Odisha)

ଜଗତସିଂହପୁର: ନାଉଗାଁ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ 25 ହଜାର ଟଙ୍କା ଲାଞ୍ଚ ନେବା ସମୟରେ କଟକ ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ ତାଙ୍କୁ ଗିରଫ କରିଛି । ଏହି ଲାଞ୍ଚ କାରବାରରେ ଅନ୍ୟଜଣେ ସମ୍ପୃକ୍ତ ବ୍ୟକ୍ତି ବବିନା ଦାସଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିବା ସହିତ 25 ହଜାର ଟଙ୍କା ଜବତ କରିଛି । ସୁନ୍ଦରଗଡ ଜିଲ୍ଲାର ସ୍ମୃତି ରଞ୍ଜନ ନାୟକ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ବିଲ ପାସ କରିବା ପାଇଁ ଜଣେ ଠିକାଦାରଙ୍କ ଠାରୁ 25 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ସିଧାସଳଖ ଲଞ୍ଚ ନେବାକୁ ମନା କରିବା ସହିତ ବବିନା ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଲଞ୍ଚ ଟଙ୍କା ଦେବାକୁ କହିଥିଲେ ।

ଇଟିଭି ଭାରତ ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.