ETV Bharat / snippets

ଅବକାରୀ ବିଭାଗ ଯୁଗ୍ମ ସଚିବଙ୍କ ଘରେ ଭିଜିଲାନ୍ସ ରେଡ୍‌

author img

By ETV Bharat Odisha Team

Published : Jul 29, 2024, 5:45 PM IST

Vigilance Raid
Vigilance Raid (ETV Bharat Odisha)

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ବିଭାଗ ଯୁଗ୍ମ ସଚିବ ରାମଚନ୍ଦ୍ର ମିଶ୍ରଙ୍କ ବଲାଙ୍ଗୀର ସ୍ଥିତ ଘରେ ଭିଜିଲାନ୍ସ ଚଢାଉ । ବଲାଙ୍ଗୀର ଠିକାଦାରପଡାରେ ପୈତୃକ ଘର ଓ ବଲାଙ୍ଗୀର କଲେଜ୍ ଛକ ଅଜୟ ଦାସ କଲୋନୀରେ ଥିବା ତାଙ୍କ ବାସଭବନରେ 6 ଜଣିଆ ଭିଜିଲାନ୍ସ ଟିମର 10 ଜଣ ଡିଏସପି ଓ 15 ଇନ୍ସପେକ୍ଟର ଚଢ଼ାଉ ଜାରି ରଖିଛନ୍ତି । ଭୋରରୁ ଏହି ଚଢାଉ ଜାରି ରହିଛି । ଏଯାଏଁ ତାଙ୍କ ପୈତୃକ ଘର, ସୁନାଗହଣା, ବ୍ୟାଙ୍କ ଖାତା ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ସମେତ ଓଡିଶାର ଅନ୍ୟ ୧୦ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢାଉ ଚାଲିଛି । ଯେଉଁଥିରେ ଭୁବନେଶ୍ୱର, ବଲାଙ୍ଗୀର, ସୋନପୁର ଓ ସମ୍ବଲପୁରରେ ଏକ କାଳୀନ ଭିଜିଲାନ୍ସ ରେଡ ଜାରି ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.