ETV Bharat / snippets

ଲାଞ୍ଚ ନେବା ବେଳେ ସିବିଆଇ ଜାଲରେ 2 ଡାକ ଅଧିକାରୀ

author img

By ETV Bharat Odisha Team

Published : Jun 23, 2024, 9:10 AM IST

CBI arrests Subdivision Postal Inspector and Overseer in bribe case
CBI arrests Subdivision Postal Inspector and Overseer in bribe case (ETV Bharat Odisha)

ରାଇରଙ୍ଗପୁର: ଲାଞ୍ଚ ନେବା ବେଳେ ସିବିଆଇ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଦୁଇ ଡାକ ଅଧିକାରୀ । ଦୁଇ ଅଭିଯୁକ୍ତ ହେଉଛନ୍ତି, ବଡସାହି ସବଡିଭିଜନ ପୋଷ୍ଟାଲ ଅଫିସରେ କାର୍ଯ୍ୟରତ ଜଣେ ପୋଷ୍ଟାଲ ଇନିସପେକ୍ଟର ଓ ଅନ୍ୟଜଣେ ଓଭରସିୟର । ଇନିକ୍ରିମେଣ୍ଟ (ବେତନ ରାଶି ବୃଦ୍ଧି) କରିବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଇନିସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ କୁମାର ଦାସଙ୍କୁ ସିବିଆଇ ଗିରଫ କରିଛି । ଗତକାଲି ଭୁବନେଶ୍ୱରରୁ ଆସିଥିବା ସିବିଆଇ ଟିମ୍‌ ଉଭୟ ଅଧିକାରୀଙ୍କ ବାସଭବନରେ ଚଢାଉ କରି ଜରୁରୀ କାଗଜପତ୍ର ଓ ଟଙ୍କା କାରବାର ସମ୍ପର୍କିତ ରେକର୍ଡ ଯାଞ୍ଚ କରିଥିଲେ । ପରେ ସେହି ଆଧାରରେ ଉଭୟଙ୍କୁ ଗିରଫ କେନ୍ଦ୍ରୀୟ ସଂସ୍ଥା କରିଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.