ETV Bharat / snippets

ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ, 'ଫୋକସରେ ରହିବେ ଯୁବକ'

Ashwini Vaishnaw
Ashwini Vaishnaw (ANI)
author img

By ETV Bharat Odisha Team

Published : Jun 11, 2024, 10:48 AM IST

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ଗଠନ ହୋଇ ସାରିଛି । ଏହାପରେ ଗତକାଲି(ସୋମବାର) ବିଭାଗ ବଣ୍ଟନ କରାଯାଇଛି । ତୃତୀୟ ପାଳିଲେ ଓଡ଼ିଶାକୁ 3ଟି ମନ୍ତ୍ରୀପଦ ମିଳିଛି । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କୁ ମୋଦିଙ୍କ କ୍ୟାବିନେଟରେ ସାମିଲ କରାଯାଇଛି । ଅଶ୍ବିନୀ ବୈଷ୍ଣବଙ୍କୁ ରେଳ, ସୂଚନା ପ୍ରଯୁକ୍ତିବିଦ୍ୟା ଓ ସୂଚନା ପ୍ରସାରଣ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଛି । ବିଭାଗ ମିଳିବା ପରେ ଆଜି ସେ କାର୍ଯ୍ୟ ଆରମ୍ଭ କରିଛନ୍ତି । ମନ୍ତ୍ରାଳୟରେ ପହଞ୍ଚିବା ପରେ ରେଳ, ସୂଚନା-ପ୍ରସାରଣ ଦାୟିତ୍ୱ ନେଇଛନ୍ତି ଅଶ୍ବିନୀ । ଦେଶ ପୁଣିଥରେ ମୋଦିଙ୍କୁ ଅର୍ଶୀବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ସେ ଦାୟିତ୍ବ ଗ୍ରହଣ କରିବା ପରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.