ETV Bharat / snippets

ରେଜଲ୍ଟ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ; ଅମୂଲ ପରେ ମଦର ଡାଏରୀ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି

author img

By ETV Bharat Odisha Team

Published : Jun 3, 2024, 12:27 PM IST

Mother Dairy
Mother Dairy (ETV BHARAT ODISHA)

ନୂଆଦିଲ୍ଲୀ: ଅମୂଲ ପରେ କ୍ଷୀର ଦର ବୃଦ୍ଧି କଲା ମଦର ଡାଏରୀ । ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ ଲିଟର ପିଛା କ୍ଷୀର ମୂଲ୍ୟରେ 2 ଟଙ୍କା ବୃଦ୍ଧି ଘୋଷଣା କରିଛି । ଆଜିଠୁ(ସୋମବାର) ଏହି ନୂଆ ଦର ଲାଗୁ ହୋଇଛି । ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା 68 ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଟୋନଡ ଓ ଡବଲ ଟୋନଡ କ୍ଷୀର ଲିଟର ପିଛା 56 ଓ 50 ଟଙ୍କା ରହିଛି । ମଇଁଷି କ୍ଷୀର ଲିଟର ପିଛା 72 ଓ ଗାଈ କ୍ଷୀର ଲିଟର ପିଛା 58ଟଙ୍କା ରହିଛି । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ ସାରା ଦେଶରେ ଆଜିଠାରୁ ଅମୂଲ କ୍ଷୀରର ମୂଲ୍ୟ ଲିଟର ପିଛି 2 ଟଙ୍କା ବୃଦ୍ଧି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.