ETV Bharat / snippets

ଦିନେ ଇଣ୍ଡିଆ ଆଉଟ୍ ନାରା ଦେଇଥିଲେ, ଏବେ ଅତିଥି ହୋଇ ଆସିବେ -Maldives President Muizzu

author img

By ETV Bharat Odisha Team

Published : Jun 7, 2024, 12:00 PM IST

ଦିନେ ଇଣ୍ଡିଆ ଆଉଟ୍ ନାରା ଦେଇଥିଲେ, ଏବେ ଅତିଥି ହୋଇ ଆସିବେ
ଦିନେ ଇଣ୍ଡିଆ ଆଉଟ୍ ନାରା ଦେଇଥିଲେ, ଏବେ ଅତିଥି ହୋଇ ଆସିବେ (ETV Bharat Odisha)

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇପାରନ୍ତି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଏଥିପାଇଁ ମାଳଦ୍ବୀପ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଲୋକସଭା ନିର୍ବାଚନ ଜିତିବା ନେଇ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ ମୋଦିଙ୍କୁ ମୁଇଜୁ ଶୁଭେଚ୍ଛା ଜଣାଇବା ପରେ ତାଙ୍କୁ ଶପଥ ସମାରୋହକୁ ଆମନ୍ତ୍ରିତ କରାଯାଇଥିବା ସୂଚନା ମିଳୁଛି । କହିରଖୁଛୁ କି, ମଇଜୁ ରାଷ୍ଟ୍ରପତି ହେବା ପରେ ମାଳଦ୍ବୀପ ଓ ଭାରତ ମଧ୍ୟରେ ତିକ୍ତତା ବଢିଥିଲା । ସେ ଭାରତକୁ ଅନେକ ସମୟରେ ସମାଲୋଚନା କରିବା ସହ କ୍ଷମତାକୁ ଆସିବା ପୂର୍ବରୁ 'ଇଣ୍ଡିଆ ଆଉଟ୍' ନାରା ମଧ୍ୟ ଦେଇଥିଲେ । ଏବେ କିନ୍ତୁ ମୁଇଜୁ ଭାରତ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଆଗ୍ରହୀ ଥିବା ଦେଖାଯାଉଛି । ମାଳଦ୍ବୀପ ସମେତ ପଡୋଶୀ ଭୁଟାନ, ବାଲାଂଦେଶ, ନେପାଳ, ମରିସସ ଓ ଶ୍ରୀଲଙ୍କାକୁ ଶପଥ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.