ETV Bharat / snippets

ମେଘାଳୟରେ ୫.୬ ତୀବ୍ରତାର ଭୂକମ୍ପ ଝଟକା -Earthquake In North India

author img

By ETV Bharat Odisha Team

Published : May 29, 2024, 9:01 PM IST

Earthquake In North India
Earthquake In North India (National Centre For Seismology)

Earthquake In North India: ନୂଆଦିଲ୍ଲୀ: ଉତ୍ତର ଭାରତରେ ଭୂକମ୍ପ ଝଟକା । ମେଘାଳୟର ଶିଲୋଙ୍ଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା ଜଣାପଡ଼ିଛି । ଭୂକମ୍ପର ଉତ୍ପତି ସ୍ଥଳ ମିଆଁମାର ହୋଇଥିବା ଜଣାପଡ଼ିଛି । ସେହିପରି ପଡ଼ୋଶୀ ରାଜ୍ୟ ଆସାମରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଗୌହ୍ୱାଟୀ ସମେତ ଆଉ କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ କୌଣସି ତଥ୍ୟ ସାମନାକୁ ଆସିନାହିଁ । ଗତକାଲି (ମଙ୍ଗଳବାର) ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଆଜି ପୁଣି ଥରେ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.