ETV Bharat / snippets

ତିହାର ଜେଲ ଫେରିଲେ କେଜ୍ରିୱାଲ -KEJRIWAL SURRENDER

author img

By ETV Bharat Odisha Team

Published : Jun 2, 2024, 7:07 PM IST

Kejriwal Surrendered
Kejriwal Surrendered (ETV Bharat)

ନୂଆଦିଲ୍ଲୀ: ଜେଲ ଫେରିଲେ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୨୧ ଦିନିଆ ଜାମିନ ଶେଷ ହୋଇଛି । ଜାମିନର ଅବଧି ଶେଷ ହେବା ପରେ ଆଜି ରାଜଘାଟରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପିତାମାତାଙ୍କ ଆଶୀର୍ବାଦ ନେବା ପରେ ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସର୍ତ୍ତ ଅନୁଯାୟୀ କେଜ୍ରିୱାଲ ଜେଲରେ ଆତ୍ମସମର୍ପଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ, ନେଲେ ପିତାମାତାଙ୍କ ଆଶୀର୍ବାଦ - Kejriwal Returning Tihar Jail

କହିରଖୁଛୁ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଚାର ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଆଜି ତାଙ୍କର ଜାମିନ ଅବଧି ଶେଷ ହୋଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୁଣି ଥରେ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.