ETV Bharat / snippets

12ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଚନ୍ଦ୍ରବାବୁଙ୍କ ଶପଥ ପାଠ

author img

By ETV Bharat Odisha Team

Published : Jun 6, 2024, 10:30 PM IST

Chandrababu Naidu
Chandrababu Naidu (ETV Bharat)

ଅମରାବତୀ: ତେଲୁଗୁ ଦେଶମ ପାର୍ଟି (TDP) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆସନ୍ତା 12 ତାରିଖରେ ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ଆସନ୍ତା 8 କିମ୍ବା 9 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିବାକୁ ଥିବା ବେଳେ ଏହି ଶପଥ ଗ୍ରହଣ ସମାରୋହରେ ନାଇଡୁ ସାମିଲ ହେବେ । ଓଡ଼ିଶା ଭଳି ଆନ୍ଧ୍ରପ୍ରଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ମାଟି କାମୁଡିଛି ଜଗନ ମୋହନ ରେଡ୍ଡିଙ୍କ ୟୁବାଜନ ଶ୍ରମିକ ରାୟୁତୁ କଂଗ୍ରେସ ପାର୍ଟି (YSRCP) । ଶାସକ ଦଳକୁ ପ୍ରତ୍ୟାଖ୍ୟାନ କରି ଟିଡିପି ଉପରେ ଭରସା କରିଛନ୍ତି ଆନ୍ଧ୍ରବାସୀ । ଆନ୍ଧ୍ରରେ 175 ବିଧାନସଭା ଆସନରୁ ଟିଡିପିକୁ 135 ଆସନରେ ବିଜୟୀ ହୋଇଥିବା ବେଳେ YSRCP ମାତ୍ର 11 ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.