ବିଚ୍ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ପୋଲିସ, ଭିଡ଼ିଓ ଭାଇରାଲ - Pipili police third degree
🎬 Watch Now: Feature Video
Published : Feb 7, 2024, 10:46 AM IST
Youth brutally beaten up by police: ନିମାପଡ଼ା: ବିଚ୍ ରାସ୍ତାରେ ପୋଲିସର ଥାର୍ଡ ଡିଗ୍ରୀ । ସର୍ବସମ୍ମୁଖରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏହି ଘଟଣାଟି ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବୋଲି ଜଣାପଡିଛି । ମାଡ଼ ଖାଇଥିବା ଯୁବକ ଜଣକ ହେଲେ ହସନପୁର ଗାଁର ନୃସିଂହ ପ୍ରଧାନ । କୌଣସି କାରଣରୁ ପୋଲିସ ଅଧିକାରୀ ଜଣକ ସୋମବାର ରାତି ପ୍ରାୟ ୧୦ଟା ବେଳେ ନୃସିଂହଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଆଉ ୨ ଜଣ ନୃସିଂହଙ୍କ ହାତକୁ ଧରି ରଖିଛନ୍ତି । ପୋଲିସର ଏଭଳି ନୃଶଂସ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏନେଇ ସମ୍ପୃକ୍ତ ଯୁବକ କିମ୍ବା ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।
ଏହା ମଧ୍ୟ ପଢନ୍ତୁୃ- ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ
ଇଟିଭି ଭାରତ, ନିମାପଡ଼ା