thumbnail

ପ୍ୟାଣ୍ଟ ନ ପିନ୍ଧି ବିବାହ ପାଇଁ କନ୍ୟାଘରେ ପହଞ୍ଚିଲା ବର, ଭିଡିଓ ଭାଇରାଲ - UP Groom Viral

By ETV Bharat Odisha Team

Published : Jul 10, 2024, 11:27 AM IST

ଲକ୍ଷ୍ନୌ: ବିନା ପ୍ୟାଣ୍ଟରେ ବିବାହ ପାଇଁ ପହଞ୍ଚିଲେ ବର  । ମୁଣ୍ଡରେ ଥିଲା ବାହା ମୁକୁଟ, କିନ୍ତୁ ପ୍ୟାଣ୍ଟ ବଦଳରେ ପିନ୍ଧିଥିଲେ ଲୁଙ୍ଗି  । ବର ଜଣକର ଏପରି ବେଶଭୂଷାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ଭିଡିଓଟି ଉତ୍ତରପ୍ରଦେଶ ଲଖିମପୁର ଖେରୀର  । ଏଠିକାର ସୁନୀଲ ସିଂ ଚୌହାନଙ୍କ ବିବାହ ସୁରଜପୁର ଗାଁର ସୁମିତ୍ରା ଦେବୀଙ୍କ ସହ ହେବାର ଥିଲା । ଗତକାଲି (ମଙ୍ଗଳବାର) ସୁନୀଲ ବ୍ୟାଣ୍ଡ ବାଜା ନେଇ ବିବାହ ପାଇଁ ବାହାରିଥିଲେ । ହେଲେ ଅଧାବାଟରେ ବନ୍ୟାପାଣିରେ ଫସି ଯାଇଥିଲେ । ରାସ୍ତା ଉପରେ ପ୍ରବଳ ବନ୍ୟାପାଣି ଚାଲୁଥିବାର ଦେଖି ବରଯାତ୍ରୀ ଆଗକୁ ବଢିବାକୁ ସାହାସ କରିନଥିଲେ ଏବଂ ବରକୁ ଫେରିଯିବାକୁ ପରାମର୍ଶ ଦେଇଥିଲେ  । ହେଲେ ବର ସୁରଜ କିନ୍ତୁ ସାହାସ ନ ହାରି ବନ୍ୟାପାଣିରେ ୫ କିଲୋମିଟର ଚାଲି ଚାଲି କନ୍ୟାଘରେ ପହଞ୍ଚିଥିଲେ । ଏହି ସମୟରେ ସେ ପ୍ୟାଣ୍ଟ ଖୋଲି ଏକ ଲୁଙ୍ଗି ପିନ୍ଧି ରାସ୍ତା ପାର୍ ହୋଇଥିଲେ । ଯାହାର ଭିଡିଓ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ବର ଜଣକ ମୁଣ୍ଡରେ ବାହା ମୁକୁଟ ଏବଂ ଲୁଙ୍ଗି ପିନ୍ଧିଥିବାର ଦେଖିବାକୁ ମିଳୁଛି । 

ଇଟିଭି ଭାରତ, ଉତ୍ତରପ୍ରଦେଶ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.