କାହିଁକି ବିଜେଡି ଛାଡିଲେ ସାଂସଦ ଭର୍ତ୍ତୃହରି ? ଶୁଣନ୍ତୁ - why Bhratruhari left bjd

By ETV Bharat Odisha Team

Published : Mar 22, 2024, 8:23 PM IST

thumbnail

Reason Behind Bhratruhari's Resignation: କଟକ: ବିଜେଡି ଛାଡିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖିବା ପରେ ପ୍ରେସମିଟ୍ କରିଥିଲେ । ଏନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ଯେଉଁଠି ମତ ପ୍ରକାଶ କରିବାର ସୁଯୋଗ ନାହିଁ, ସମ୍ମାନ ମିଳୁନି ମୁଁ ଭାବିଲି ସେହି ଦଳରେ ରହିବା ଉଚିତ ନୁହେଁ । ଦଳ ଛାଡିବା ଚିନ୍ତାଧାରା ବର୍ତ୍ତମାନର ନୁହେଁ ବରଂ ଦୀର୍ଘ ଦିନ ଧରି ଥିବା ସମସ୍ୟାର ଏହା ପ୍ରତିଫଳନ ।"

ଏହା ମଧ୍ୟ ପଢନ୍ତୁ...ବିଜେଡିରୁ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା, କହିଲେ ଭଗ୍ନ ହୃଦୟରେ ଦଳ ଛାଡିଲି - Bhartruhari Mahtab Left BJD

ସେହିପରି ଦଳରେ ଅଣଦେଖା ଅଭିଯୋଗ କରି ଭର୍ତ୍ତୃହରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ବିଜେଡିରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ଦୁର୍ନୀତି ବିରୋଧରେ ଏହି ଦଳର ପ୍ରତିଷ୍ଠା ହୋଇଥିଲା । ସେଥିପାଇଁ ରାଜ୍ୟବାସୀ ଏହାକୁ ସମର୍ଥନ ଦେଇଥିଲେ । ଦଳକୁ ସଂଶୋଧନ କରିବା ପାଇଁ ମୁଁ ବହୁତ୍ ଥରେ ପ୍ରସ୍ତାବ ଦେଇଛି, ହେଲେ କିଛି ଫଳ ମିଳିଲା ନାହିଁ । ମତେ ଯେଉଁଠି ଡ଼କାଯାଇଛି ମୁଁ ଦଳ ସପକ୍ଷରେ ବକ୍ତୃତ୍ବ ଦେଇଛି। ହେଲେ ନିର୍ବାଚନ ତାରିଖ ଘୋଷଣା ସରିଛି । ତେଣୁ ମୁଁ ସଠିକ ସମୟରେ ନିଷ୍ପତ୍ତି ନେଲି ।" 


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.