ଚଢୁଥିଲେ ହେଲିକପ୍ଟର, ଖସିଗଲା ଦିଦିଙ୍କର ପାଦ - Mamata Banerjee Injured

By ETV Bharat Odisha Team

Published : Apr 27, 2024, 3:11 PM IST

thumbnail

Mamata Banerjee Injured କୋଲକାତା: ପୁଣି ଥରେ ଦୁର୍ଘଟଣାର ଶିକାର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଆହତ ହେଲେ ଦିଦି । ଦୁର୍ଗାପୁରରେ ହେଲିକପ୍ଟରରେ ଚଢିବା ସମୟରେ ଦିଦଙ୍କର ପାଦ ଖସିଗଲା । ତେବେ ତାଙ୍କୁ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ହେଲିକପ୍ଟରରେ ଚଢିବା ସମୟରେ ତାଙ୍କର ପାଦ ଖସିଯିବାରୁ ସେ ପଡିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଜାନୁଆରୀ 24 ତାରିଖରେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ ଦିଦି । ମମତା ବର୍ଦ୍ଧମାନରୁ କୋଲକାତା ଆସୁଥବା ବେଳେ ତାଙ୍କ କାର ସମ୍ମୁଖରେ ଏକ ସ୍ପିଡ କାର ଆସିଯାଇଥିଲା । ଡ୍ରାଇଭର ହଠାତ ବ୍ରେକ ଲଗାଇଥିଲେ । ଫଳରେ ଡ୍ରାଇଭରଙ୍କ ପାଖ ସିଟରେ ବସିଥିବା ମମତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.