କେନ୍ଦ୍ର ବଜେଟରେ ପୁରୀ ବିକାଶ ପାଇଁ ହେଲାନି ସ୍ଵତନ୍ତ୍ର ଘୋଷଣା, କ୍ଷୋଭ ପ୍ରକଟ କଲେ ଶ୍ରୀକ୍ଷେତ୍ରବାସୀ - Union Budget 2024

By ETV Bharat Odisha Team

Published : Jul 24, 2024, 11:54 AM IST

Updated : Jul 24, 2024, 12:11 PM IST

thumbnail
Union Budget 2024 (ETV Bharat Odisha)

Puri People Reaction Over Union Budget 2024: ପୁରୀ: କେନ୍ଦ୍ର ବଜେଟରେ ପୁରୀର ବିକାଶ ପାଇଁ କୌଣସି ସ୍ଵତନ୍ତ୍ର ଘୋଷଣା ହୋଇ ନଥିବାରୁ କ୍ଷୋଭ ପ୍ରକଟ କଲେ ସ୍ଥାନୀୟ ବୁଦ୍ଧିଜୀବୀ  । 2024-25ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ତେବେ ବଜେଟରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ପ୍ୟାକେଜ କିଛି ଘୋଷଣା ହୋଇ ନଥିବାରୁ ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶାରେ ବିଜେପି ସରକାର ବିପୁଳ ବିଜୟ ହାସଲ କରିଥିବା ବେଳେ ଓଡ଼ିଶା ପାଇଁ କିଛି ଆଖିଦୃଶିଆ ପ୍ୟାକେଜ ଘୋଷଣା ହେବ ବୋଲି ଆଶା ବାନ୍ଧି ବସିଥିଲେ ଓଡ଼ିଶାବାସୀ ହେଲେ ନିରାଶ ହେବାକୁ ପଡିଛି ।

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅଣଦେଖା; ବର୍ଷିଲେ ନବୀନ - Naveen Patnaik on Union Budget 2024

ସେହିପରି ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ସହାୟତା ପାଇଁ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲେ ମଧ୍ୟ ସେଭଳି କିଛି ନିର୍ଦ୍ଦିଷ୍ଟ ପ୍ୟାକେଜ କି ଯୋଜନା ଘୋଷଣା ନ ହେବାକୁ ନେଇ ପୁରୀର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ନିର୍ବାଚନ ବେଳେ ବିଜେପିର ତୁଙ୍ଗ ନେତାମାନେ ପୁରୀକୁ ବିଶ୍ଵ ସ୍ତରୀୟ ଧାର୍ମିକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ଘୋଷଣା କରିଥିବା ବେଳେ ପୁରୀ ତଥା ଜଗନ୍ନାଥ ଧାମ ବିକାଶ ପାଇଁ ବଜେଟରେ କୌଣସି ଘୋଷଣା ନ ହେବାକୁ ନେଇ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆନ୍ଧ୍ର ପ୍ରଦେଶ, ବିହାର ପାଇଁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଓଡ଼ିଶା ପାଇଁ କିଛି ବି ବ୍ୟବସ୍ଥା ହୋଇନାହିଁ ବୋଲି କହିଛନ୍ତି ସାଧାରଣ ଲୋକେ  ।ତେବେ ବଜେଟ ନେଇ କଣ କହୁଛନ୍ତି ପୁରୀବାସିନ୍ଦା ଶୁଣନ୍ତୁ...

ଇଟିଭି ଭାରତ, ପୁରୀ

Last Updated : Jul 24, 2024, 12:11 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.