thumbnail

ଗଣତନ୍ତ୍ରର ଅପୂର୍ବ ଦୃଶ୍ୟ; ଭୋଟ ଦେଲେ ଦୁଇ ଭାଇ, ଜଣକୁ 120 ବର୍ଷ ତ ଅନ୍ୟ ଜଣକୁ 90 - Two brothers voted in Barabanki

By ETV Bharat Odisha Team

Published : May 20, 2024, 5:49 PM IST

ଲକ୍ଷ୍ନୌ: ପରିଣତ ବୟସରେ ବି ଦେଶ ପାଇଁ ଭୁଲିନାହାନ୍ତି ନିଜର କର୍ତ୍ତବ୍ୟ । ବିନା ଆଶାବାଡ଼ିରେ ଚାଲିପାରୁନଥିବା ସତ୍ତ୍ବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି । ନିଜ ଭୋଟର ଗୁରୁତ୍ବକୁ ବୁଝି ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ଦୁଇ ଭାଇ । ଜଣଙ୍କ ବୟସ 100 ପାର କରିଥିବା ବେଳେ ଅନ୍ୟ ଜଣେ 100ବର୍ଷର ନିକଟବର୍ତ୍ତୀ । ଦେଶରେ ଗଣତନ୍ତ୍ରର ମହାପର୍ବ ଜାରି ଥିବା ବେଳେ ଉତ୍ତରପ୍ରଦେଶ ବାରାବଙ୍କିରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି ।  

ଏହା ବି ପଢନ୍ତୁ- ହ୍ୱିଲଚେୟାରରେ ଆସି ଭୋଟ ଦେଲେ ଶତାୟୁ ଭୋଟର ରୁକୁଣା

ଚାଲିବାକୁ ଅସମର୍ଥ ଥିବା ଏହି ଦୁଇ ଭାଇ ପରିବାର ବର୍ଗଙ୍କ ସହାୟତାରେ ଇ-ରିକ୍ସାରେ ବୁଥରେ ପହଞ୍ଚିଥିଲେ । ଜୈଦପୁର ବିଧାନସଭା ନିର୍ବାଚନମଣ୍ଡଳୀର କଟେସର ଅଧିବାସୀ କହ୍ନୈୟା ଲାଲ (120ବର୍ଷ) କହିଛନ୍ତି ୟେ ସେ ପ୍ରତି ନିର୍ବାଚନରେ ମତଦାନ କରିଛନ୍ତି । ତାଙ୍କ ଶରୀର ଦୁର୍ବଳ ଥିଲେ ସୁଦ୍ଧା ସେ ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ନିଜ ଜୀବନ ଥିବା ପର୍ଯ୍ୟନ୍ତ ମତଦାନ କରିବେ ବୋଲି କହିଛନ୍ତି । ତାଙ୍କ ଭାଇ ରାମସାଗରଙ୍କ ବୟସ 90ବର୍ଷ । ଗତ 20 ବର୍ଷ ପୂର୍ବରୁ ତାଙ୍କୁ ସାପ କାମୁଡ଼ିବା ପରେ ସେ ଚାଲିବା ବୁଲିବାରେ ସାମାନ୍ୟ ଅସୁବିଧା ଭୋଗୁଛନ୍ତି । ଏହା ସତ୍ତ୍ବେ ସେ ମତଦାନ ପାଇଁ ନିଜ ଭାଇ ସହିତ ବୁଥରେ ପହଞ୍ଚିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.