thumbnail

By ETV Bharat Odisha Team

Published : Feb 17, 2024, 10:24 PM IST

ETV Bharat / Videos

ଆହତ ଦନ୍ତାର ଚାଲିଛି ଚିକିତ୍ସା, ଦେଶୀ ବନ୍ଧୁକରୁ ବାଜିଛି ଗୁଳି

ଅନୁଗୋଳ: ଗତ ପ୍ରାୟ ଦୁଇରୁ ତିନିଦିନ ହେଲା ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ବୁଲୁଥିବା ଗୋଠଛଡ଼ା ଆହତ ଦନ୍ତା ହାତୀର ଆଜି ଚିକିତ୍ସା ଆରମ୍ଭ ହୋଇଛି । ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟର ବନ୍ୟପ୍ରାଣୀ ଡାକ୍ତରଙ୍କ ସହ କପିଳାସରୁ ଆସିଥିବା ଡାକ୍ତରୀ ଦଳ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି । ହାତୀଟିକୁ ଟ୍ରଙ୍କୁଲାଇଜ୍‌ କରିବା ପରେ ଚିକିତ୍ସା ଆରମ୍ଭ ହୋଇଛି । ହାତୀର ମୁଣ୍ଡ ସମେତ ଶରୀର ପ୍ରାୟ 4ରୁ 5ଟି ସ୍ଥାନରେ ଗୁଳି ବାଜିଛି । ଦେଶୀ ଛେରା ବନ୍ଧୁକରୁ କେହି ହାତୀ ଘଉଡ଼ାଇବା ପାଇଁ ଗୁଳି ମାରିଥିବା ଅନୁମାନ କରାଯାଉଛି । ହାତୀଟିର ଅବସ୍ଥା ସ୍ଥିର ରହିଛି । ନିଜେ ଅନୁଗୋଳ ବନଖଣ୍ଡ ଅଧିକାରୀ ବିବେକ କୁମାର ଘଟଣାସ୍ଥଳରେ ରହି ଦନ୍ତାର ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । ଏକ ଧାନ ବିଲରେ ହାତୀର ଚିକିତ୍ସା ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ...ବୁଲୁଛି ଆହତ ଦନ୍ତା, ଆଶଙ୍କାରେ ଅଞ୍ଚଳବାସୀ

ତେବେ ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଥିବା ପ୍ରଥମେ ଦେଖିବାକୁ ମିଳିଥିଲା । ଏଭଳି ଅବସ୍ଥାରେ ହାତୀଟି ବୁଲୁଥିବା ଖବର ପାଇ ବନ ବିଭାଗ ଅଧିକାରୀମାନେ ପହଞ୍ଚି ହାତୀର କ୍ଷତ ଥିବା ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଅନୁଗୋଳରୁ ଏକ ଡାକ୍ତରୀ ଟିମ ଏବଂ ଟ୍ରାଙ୍କୁଲାଇଜ ଟିମ ପହଞ୍ଚିଥିଲା । ଏନେଇ ବନଖଣ୍ଡ ଅଧିକାରୀଙ୍କ କହିବା କଥା, "କେହି ଛେରା ବନ୍ଧୁକରେ ହାତୀକୁ ଗୁଳି କରିଛି । ତେବେ ବର୍ତ୍ତମାନ ସୁଧା କେବଳ କ୍ଷତ ଚିହ୍ନଟ ହୋଇଛି । ଭିତରେ ଗୁଳି ଅଛି କି ନାହିଁ ଜଣାପଡିନାହିଁ । ବର୍ତ୍ତମାନ ଡାକ୍ତରୀ ଦଳ ତାର ଚିକିତ୍ସା କରିଛନ୍ତି । ଯଦି ଅସୁବିଧା ହୁଏ, ତେବେ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.