କାକଟପୁରରେ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ବିରୋଧ - Minister Tusharkanti Behera
🎬 Watch Now: Feature Video
Published : Feb 16, 2024, 10:41 PM IST
Ama Odisha NABIN Odisha Program: ନିମାପଡ଼ା: ବିରୋଧର ସମ୍ମୁଖୀନ ହେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅସ୍ତରଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଲଟିଲା ରଣକ୍ଷେତ୍ର । ପୁରୀ ଜିଲ୍ଲା ନୂଆଗଡ ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ବିଜେପି ସମର୍ଥିତ ସରପଞ୍ଚ ଓ ବିଜେଡି ସମର୍ଥକଙ୍କ ମଧ୍ୟରେରେ ବଚସା ହୋଇଥିଲା । ଏହି ସମୟରେ ଟେଣ୍ଟ ଭାଙ୍ଗିବା ସହିତ ଚେୟାର ଭାଙ୍ଗିବା ଦୃଶ୍ୟ ଏବେ ଭାଇରାଲ ହେଉଛି ।
ଏହା ମଧ୍ୟ ପଢ଼ନ୍ତୁ...କାକଟପୁର ବିଜେଡିରେ କଳି! ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ହଟହଟା
ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସରକାରଙ୍କ ଜନସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତରେ ହେଉଥିବାବେଳେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଅସ୍ତରଙ୍ଗରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । କାକଟପୁର ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ପଞ୍ଚାୟତରେ ମନ୍ତ୍ରୀଙ୍କୁ ବିରୋଧ ହେଉଥିବାରୁ ଦିନକୁ ଦିନ ତାଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ଚର୍ଚ୍ଚା ହେଉଛି । ଅନେକ ସମୟରେ ମନ୍ତ୍ରୀ ବିଭିନ୍ନ ମଞ୍ଚରେ ବିରୋଧର ସମ୍ମୁଖୀନ ହୋଇ ହଟହଟ୍ଟା ହେଉଥିବାର ଭିଡିଓ ଭାଇରାଲ ହେଉଛି । ସ୍ଥାନୀୟ ପୋଲିସ ଓ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଥାଇ ମଧ୍ୟ ଧସ୍ତାଧସ୍ତି ଗଣ୍ଡଗୋଳକୁ ରୋକିବାରେ ଅସମର୍ଥ ହୋଇଥିଲେ ।
ଇଟିଭି ଭାରତ, ନିମାପଡ଼ା