କଳାହାଣ୍ଡିରେ ବର୍ଷା ଆଣିଲା ଆଶ୍ୱସ୍ତି - Thunderstorm and Rain in Kalahandi - THUNDERSTORM AND RAIN IN KALAHANDI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 1, 2024, 10:00 PM IST

Thunderstorm and Rain: ଭବାନୀପାଟଣା: କଳାହାଣ୍ଡିରେ ବର୍ଷା ଦେଲା ତାତିରୁ ଆଶ୍ୱସ୍ତି । କିଛି ଦିନ ଧରି ରାଜ୍ୟ ସମେତ କଳାହାଣ୍ଡି ଜିଲ୍ଲାରେ ତାପମାତ୍ରା ଉପର ମୁହାଁ ରହିଥିଲା । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ଜୀବଜଗତ । ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ, ସମସ୍ତଙ୍କ ପାଇଁ ତାପମାତ୍ରା ବିପଦ ଆଣି ଦେଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାରେ କିଛି ସମୟର ବର୍ଷା ଲୋକଙ୍କୁ ତାତିରୁ ଆଶ୍ୱସ୍ତି ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ଦାଉ ସାଧୁଛି ଖରା; ଅସ୍ତବ୍ୟସ୍ତ ଜନଜୀବନ, ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ସ୍ୱାସ୍ଥ୍ୟବିଭାଗ - HeatWave In Malkangiri

କଳାହାଣ୍ଡି ଜିଲ୍ଲାରେ ତିନି ଦିନ ଧରି ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୨ ଘଣ୍ଟାର ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ବିଶେଷ କରି ଭବାନୀପାଟଣା ସହରର ୨ ଘଣ୍ଟା ଧରି ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା । ଫଳରେ ସହରର ଟାଉନ ହଲ ନିକଟରେ ଥିବା ଗଛ ଉପୁଡ଼ି ପଡ଼ିଥିବା ବେଳେ ରେଡକ୍ରସ କଲ୍ୟାଣ ମଣ୍ଡପ ଓ ଷ୍ଟାଚୁ ଛକରେ ମଧ୍ୟ ଗଛ ଉପୁଡ଼ି ପଡ଼ିଛି ଫଳରେ ସହରରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଫଳରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗଛକୁ କାଟି ରାସ୍ତାରୁ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ଷା ଯୋଗୁଁ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.