ନଦୀକୁ ଡେଇଁ ପଡିଲେ ଶିକ୍ଷୟତ୍ରୀ: ମିଳୁନି ପତ୍ତା, ସେତୁ ଉପରେ ଅଛି ଚପଲ ଓ ସ୍କୁଟି - TEACHER MAMATA SAHU MISSING

By ETV Bharat Odisha Team

Published : Jul 31, 2024, 5:16 PM IST

thumbnail
କାଠଯୋଡ଼ିକୁ ଡେଇଁ ମହିଳା ନିଖୋଜ (ETV Bharat Odisha)

TEACHER MAMATA SAHU WAS MISSING: କଟକ: ନଦୀକୁ ଡେଇଁ ଶିକ୍ଷୟତ୍ରୀ ନିଖୋଜ । ନେତାଜୀ ସୁବାଷ ସେତୁ ଉପରେ ଏକ ସ୍କୁଟିକୁ ଥୋଇ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଆଜି ଭୋର୍ ସମୟରୁ ବ୍ରିଜ ଉପରେ  ନାଲି ରଙ୍ଗର ଚାବି ଲାଗିଥିବା ଅବସ୍ଥାରେ ଏକ ସ୍କୁଟି ଥୁଆ ହୋଇଥିବାବେଳେ ପାଖରେ ଏକ ଚପଲ ମଧ୍ୟ ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଉକ୍ତ ଶିକ୍ଷୟତ୍ରୀ ଜଣକ ଗାଡ଼ି ରଖି ଜୀବନ ହାରିବା ପାଇଁ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ନଦୀରେ ପାଣି ଅଧିକ ରହିଥିବା ଯୋଗୁଁ ଘଟଣା ସ୍ପଷ୍ଟ ହେଉନାହିଁ । ନିଖୋଜ ହୋଇଥିବା ମହିଳା ଜଣକଙ୍କ ନାଁ ହେଲା ମମତା ସାହୁ । ଘର କଟକ ଓଡିଆ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି । 

ଆଜି ଭୋରରୁ ସେ ସ୍କୁଟି ନେଇ ଘରୁ କେଉଁଆଡେ ବାହାରି ଯାଇଥିବା ପରିବାର ଲୋକେ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି । ତେବେ ଘରେ କୌଣସି କଳିଝଗଡା ଓ ମନମାଳିନ୍ୟ ନଥିଲା ବେଳେ କ'ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ ରହିଛି । ଘରେ ମୋବାଇଲ୍ ଫୋନ୍ ଛାଡ଼ି ଯାଇଛନ୍ତି । ସେ ବାରବାଟୀ ଷ୍ଟାଡିୟମ୍ ଠାରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିବାବେଳେ ମର୍କତ ନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଏହା ମଧ୍ୟ ପଢନ୍ତୁ....ସହିପାରିଲେନି ବିରହ ! ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ - Woman Attempts To Kill Herself

ଇଟିଭି ଭାରତ, କଟକ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.