ଛେଣ୍ଡିପଦାରୁ ତୃତୀୟ ଥର ପାଇଁ ପୁଣି ସୁଶାନ୍ତ, ଧର୍ମେନ୍ଦ୍ରକୁ କଲେ ଟାର୍ଗେଟ - Interview With Sushanta Behera - INTERVIEW WITH SUSHANTA BEHERA

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 27, 2024, 10:22 PM IST

Updated : Mar 28, 2024, 8:57 AM IST

CHHENDIPADA CONSTITUENCY: ଅନୁଗୋଳ: ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତୃତୀୟ ଥର ପାଇଁ ସମ୍ବଲପୁର ଲୋକସଭା କ୍ଷେତ୍ରର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ସୁଶାନ୍ତ ବେହେରା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାନ୍ତଙ୍କ ନାଁରେ ମୋହର ମାରିବା ପରେ ତାଙ୍କୁ ଭେଟିଥିଲେ ଆମ ଅନୁଗୋଳ ପ୍ରତିନିଧି । ଏହି ଅବସରରେ ସେ କହିଛନ୍ତି ଯେ, ନବୀନଙ୍କ ବିକାଶ ଦଳ ପାଇଁ ବଳ । ସବୁଠାରୁ ବଡ଼ କଥା ଏଥର ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଏହା ଦଳର ମନ ବଳକୁ ଆହୁରି ଦୁଇଗୁଣିତ କରିବ । ବିଗତ ଦିନରେ ଏଠାରୁ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ବିଜୟ ହୋଇଥିବା ବଳେ ଦିନଟିଏ ବି ନିର୍ବାଚନ ମଣ୍ଡଳୀ ଆସିନାହାନ୍ତି । ତେଣୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିଲେ ମଧ୍ୟ କୌଣସି ଫରକ୍ ପଡିବନି ।

ଏହା ମଧ୍ୟ ପଢନ୍ତୁ......ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

ତେବେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପୁଣି ଥରେ ସୁଶାନ୍ତ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି । ତୃତୀୟ ଥର ପାଇଁ ସୁଶାନ୍ତଙ୍କ ଉପରେ ଭରସା କରିଛି ଦଳ । ପୂର୍ବରୁ ସୁଶାନ୍ତ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ବିଜୟ ଲାଭ କରିଥିଲେ । ଏଥର ମଧ୍ୟ ବିଜୟ ମୁକୁଟ ପନ୍ଧିବାକୁ ଆଶା ରଖିଛନ୍ତି ସେ । ଦଳୀୟ ଟିକେଟ ପାଇବା ପରେ ସୁଶାନ୍ତ ଜରପଡା ସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିର ଆସି ପୂଜାର୍ଚ୍ଚନା କରିଥିଲେ । ସେଠାରେ ତାଙ୍କର ହଜାର ହଜାର ସମର୍ଥକ ଓ ଦଳୀୟ କର୍ମୀ ଉତ୍ସବ ପାଳନ କରିଥିଲେ । ଟିକେଟ ପାଇବା ପରେ ପ୍ରଥମ ଥର ଏଠାରେ ସୁଶାନ୍ତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  

ଇଟିଭା ଭାରତ, ଅନୁଗୋଳ 

Last Updated : Mar 28, 2024, 8:57 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.