ସ୍ବତନ୍ତ୍ର ଅଧିବେଶନ ଅନ୍ତିମ ଦିବସ, ବିଧାନସଭାରୁ ଦେଖନ୍ତୁ LIVE - ODISHA ASSEMBLY SESSION

By ETV Bharat Odisha Team

Published : Jun 20, 2024, 11:02 AM IST

Updated : Jun 20, 2024, 11:25 AM IST

thumbnail

ଭୁବନେଶ୍ବର: ଆଜି ସପ୍ତଦଶ ବିଧାନସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନର ତୃତୀୟ ତଥା ଅନ୍ତିମ କାର୍ଯ୍ୟଦିବସ । ଗତ ଦୁଇଦିନ ଧରି ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଥିବା ବେଳେ ଆଜି ବାଚସ୍ପତି ଭାବେ ବରିଷ୍ଠ ବିଜେପି ନେତ୍ରୀ ସୁରମା ପାଢୀ ନିର୍ବାଚିତ ହେବେ । ଗତକାଲି ସୁରମା ବିଧାନସଭା ସଚିବଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ଅନ୍ୟ କୌଣସି ଦଳରୁ କେହି ପ୍ରାର୍ଥୀ ହୋଇନଥିବା କାରଣରୁ ସୁରମା ନିର୍ଦ୍ବନ୍ଦ୍ବରେ ବାଚସ୍ପତି ହେବା ନିଶ୍ଚିତ । 18ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦୁଇ କାର୍ଯ୍ୟଦିବସରେ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଥିଲେ । କାମଚଳା ବାଚସ୍ପତି ଭାବେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ । ଆଜି ବାଚସ୍ପତି ନିର୍ବାଚନ ଶେଷ ହେବା ସହ ଚଳିତ ଅଧିବେଶନ ମଧ୍ୟ ଶେଷ ହେବ । 

Last Updated : Jun 20, 2024, 11:25 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.