ରାଜ୍ୟସ୍ତରୀୟ କବାଡି ଚମ୍ପିଆନସିପ୍; ଯୋଗ ଦେଇଛନ୍ତି ୮୦୦ ପୁରୁଷ ଓ ମହିଳା ଖେଳାଳି - Cuttack News
🎬 Watch Now: Feature Video
Published : Feb 2, 2024, 9:51 PM IST
Kabaddi Tournament at Cuttack: କଟକ: ଆରମ୍ଭ ହେଲା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା । ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ ୭୧ ତମ ବରିଷ୍ଠ ରାଜ୍ୟ କବାଡି ଚମ୍ପିଆନସିପ୍ ଉଭୟ ପୁରୁଷ ଓ ମହିଳା ବର୍ଗରେ ଆଜି (ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି । ଏହା ଆଗାମୀ ୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଖେଳାଯିବ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ, କଟକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଓ ବାରବାଟୀ କବାଡି କ୍ଲବ ସହଯୋଗରେ ଅନୁଷ୍ଠିତ ହେଉଛି ଏହି ମେଗା ଇଭେଣ୍ଟ ।
ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବିଭିନ୍ନ ଅଫିସିଆଲ୍ କ୍ରୀଡ଼ା ସଙ୍ଘରୁ ଓଡ଼ିଶା ପୋଲିସ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର, ସୋଆ ବିଶ୍ବବିଦ୍ୟାଳୟ, ହାଇଟେକ୍ ଗ୍ରୁପ୍ ଶିକ୍ଷାନୁଷ୍ଠାନ, କିଟ୍ ବିଶ୍ଵବିଦ୍ୟାଳୟ ଓ ପୂର୍ବତଟ ରେଳବାଇର ୮୦୦ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି ।
ଆସୋସିଏସନ୍ର ସଂପାଦକ ଅଜୟ କୁମାର ବେହେରା କହିଛନ୍ତି, "ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳାଳୀ ଚୟନ ପାଇଁ ରାଜ୍ୟ କବାଡି ଆସୋସିଏସନ୍ ପକ୍ଷରୁ ଏକ ବିଚାରକମଣ୍ଡଳୀ ଗଠନ କରାଯାଇଛି । ଏହି ପ୍ରତିଯୋଗିତାରୁ ଓଡ଼ିଶା ବରିଷ୍ଠ ପୁରୁଷ ଓ ବରିଷ୍ଠ ମହିଳାବର୍ଗରୁ ଦକ୍ଷ ଖେଳାଳୀମାନଙ୍କୁ ଚୟନ କରାଯିବ । ସେମାନଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯିବା ପରେ ସେମାନେ ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଆଗାମୀ ଦିନରେ ପ୍ରସ୍ତାବିତ ଓଡ଼ିଶା ପ୍ରୋ-କବାଡି ଲିଗ୍ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା କରାଯିବ ।" ଆଗମୀ ଦିନରେ ମଧ୍ୟ କବାଡିର ଅନେକ ମେଗା ପ୍ରତିଯୋଗିତାମାନ ଆୟୋଜନ କରାଯିବା ନେଇ ମଧ୍ୟ ସଂଘ ସ୍ପଷ୍ଟ କରିଛି ।
ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ରଣଜୀ ଫାଇଟ: ଓଡିଶାକୁ ବିପର୍ଯ୍ୟୟରୁ ମୁକୁଳାଇଲେ ଗୋବିନ୍ଦ-ବୀପ୍ଳବ
ଇଟିଭି ଭାରତ, କଟକ