ପ୍ରକଟିବେ ଅଗ୍ନିରୂପା ମା' ହିଙ୍ଗୁଳା, ବିଧି ଅନୁଯାୟୀ ସମ୍ପନ୍ନ ହେଲା ଜନ୍ତାଳ ପୂଜା - MAA HINGULA TEMPLE

🎬 Watch Now: Feature Video

thumbnail

SPECIAL RITUAL AT MAA HINGULA TEMPLE: ଅନୁଗୋଳ: ଆସିବେ କରୁଣାମୟୀ ଅଗ୍ନିସ୍ବରୂପିଣୀ ମା ହିଙ୍ଗୁଳା । ମା ଙ୍କ ଆଗମନ ପୂର୍ବରୁ କରାଯାଇଛି ଆବହନୀ ପୂଜା । ସାବରୀ ମନ୍ତ୍ରରେ ମାଙ୍କର ଆବାହନ ପୂଜା ବା ଯନ୍ତାଳ ପୂଜା ସମ୍ପର୍ଣ୍ଣ ହୋଇଛି । ଯଥା ବିଧି ଅନୁୟାୟୀ ପୂଜା କରାଯାଇ ଅପେକ୍ଷା କରାଯାଇଛି ମା ଙ୍କ ଉଦ୍ଭାସ୍ଥଳକୁ । ଅନୁଗୋଳ ଜିଲ୍ଲାରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରା ଉତ୍ସବର ୯ ଦିନ ପୂର୍ବରୁ ଆବାହନୀ ପୂଜା ବା ଜନ୍ତାଳ ପୂଜା ଭାବେ ପ୍ରସିଦ୍ଧ ଏହି ପୂଜା ଆଜି ଯଥା ରୀତି ସମ୍ପର୍ଣ୍ଣ ହୋଇଛି । 

ଏହା ମଧ୍ୟ ପଢନ୍ତୁ... ଗଡଚଣ୍ଡୀ ପୀଠରେ ଭକ୍ତଙ୍କ ଭିଡ଼, ପିଠିରେ କଣ୍ଟା ଫୋଡି ଝୁଲିଲେ ମାନସିକଧାରୀ - Special Rituals

ମା' ହିଙ୍ଗୁଳାଙ୍କ ପାର୍ଶ୍ଵ ଦେବୀ ଭାବେ ପ୍ରସିଦ୍ଧ କୁଟେଇଶୁଣୀଙ୍କ ପୀଠରେ ଏହି ପୂଜା କରାଯାଇଥିଲା । ବିଧି ପୂର୍ବକ ଗର୍ଭ ଗୃହରୁ ଆଲମ ଅଣାଯାଇ ପତିଆର ପୂଜା କରାଯାଇଥିଲା । ମା' କାଳିସି ରୂପେ ବିଜେ ହୋଇ ଉଭା ସ୍ଥାନ ଚିହ୍ନଟ କରିବାର ପରମ୍ପରା ରହିଛି । ଏଥିପାଇଁ ପତିଆରଙ୍କୁ ଦେହୁରୀମାନେ ଘିଅ, ମହୁ, ଗୁଡ, ଝୁଣା ଓ ଧୂପ ଆଦି ଦେଇ ମାଜଣା କରାଇଥିଲେ । ଜନ୍ତାଳ ପୂଜା ରାତିରେ ମା' ନିଜେ ଉଭାସ୍ଥଳୀରେ ଅଗ୍ନି ରୂପରେ ପ୍ରକଟ ହୁଅନ୍ତି । ଚଳିତ ଏପ୍ରିଲ ମାସ ୨୨ ତାରିଖରୁ ମା'ଙ୍କର ପ୍ରସିଦ୍ଧ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.