ଲାଞ୍ଚ ନେଇ ଧରାପଡ଼ିଲେ ନୂଆପଡା ରାଜସ୍ବ ବିଭାଗର ସ୍ବତନ୍ତ୍ର ଅଧିକାରୀ - vigilance raid in Nuapada
🎬 Watch Now: Feature Video
Published : Mar 29, 2024, 6:49 AM IST
VIGILANCE RAID IN NUAPADA:ନୂଆପଡା: ଭିଜଲାନ୍ସ ଜାଲରେ ନୂଆପଡା ରାଜସ୍ବ ବିଭାଗର ସ୍ବତନ୍ତ୍ର ଅଧିକାରୀ । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ବ ବିଭାଗର ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କୌଣସ ସୂତ୍ରରୁ ଖବର ପାଇ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ ।
ସୂଚନାଯୋଗ୍ୟ ଯେ, ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା କରିଦେବା ନାଁରେ ଅଧିକାରୀ ଜଣକ ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ଜମି ପଟ୍ଟା ହୋଇ ପାରିବ ନାହିଁ ବୋଲି କହିଥିଲେ । ଏହାପରେ ଉକ୍ତ ବ୍ୟକ୍ତି ଜଣକ କଳାହାଣ୍ଡି ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଗତକାଲି ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପାଖରେ ଛପି ରହିଥିଲେ । ସେହି ବ୍ୟକ୍ତି ଜଣକ ୩୦ ହଜାର ଟଙ୍କା ଲାଞ୍ଚ ଦେବା କ୍ଷଣି ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ନରେନ୍ଦ୍ର କୁମାର ଚନ୍ଦ୍ରକାରଙ୍କ ଉପରେ ଚଢାଉ କରିଥିଲେ । ଏହି ସମୟରେ ତାଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରାଯାଇଥିଲା । ଏହାପରେ ନରେନ୍ଦ୍ରଙ୍କ ଖରିଆର ରୋଡ଼ ସ୍ଥିତ ନିଜ ବାସ ଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରି ଅଧିକ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ.....ଭିଜିଲାନ୍ସ ଜାଲରେ ESI କର୍ମଚାରୀ, ରୋଗୀଙ୍କ ବିଲ ପାସ କରାଇବାକୁ ନେଉଥିଲେ ଲାଞ୍ଚ
ଇଟିଭି ଭାରତ, ନୂଆପଡା