ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଜନସମୁଦ୍ର ବଡଦାଣ୍ଡ, ଭାବବିହ୍ବଳ ଶ୍ରଦ୍ଧାଳୁ - Snana yatra 2024

By ETV Bharat Odisha Team

Published : Jun 22, 2024, 10:26 AM IST

thumbnail
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଜନସମୁଦ୍ର ବଡଦାଣ୍ଡ, ଭାବବିହ୍ବଳ ଶ୍ରଦ୍ଧାଳୁ (ETV Bharat Odisha)

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅନନ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଧାଡିପହଣ୍ଡିରେ ଆସି ରାମକୃଷ୍ଣ, ମଦନମୋହନ, ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା, ଶ୍ରୀଜଗନ୍ନାଥ ସ୍ନାନବେଦୀରେ ବିଜେ କରିସାରିଛନ୍ତି । ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଜାରି ରହିଥିବା ବେଳେ ଆଉ କିଛି ସମୟ ମଧ୍ୟରେ ସ୍ନାନ ନୀତି ଆରମ୍ଭ ହେବ । ୧୦୮ ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାରେ ଦିବ୍ୟ ପର୍ବର ସାକ୍ଷୀ ବନିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଜନସମୁଦ୍ର ହୋଇଛି ସମଗ୍ର ବଡଦାଣ୍ଡ । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହେଉଛି ଗଗନ ପବନ । ଭକ୍ତ ଭଗବାନ ମିଳନରେ ସୃଷ୍ଟି ହୋଇଛି ଭକ୍ତି ଭାବର ପରିବେଶ । ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରତିକ୍ରିୟା ନେଇଛନ୍ତି ଇଟିଭି ଭାରତ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର..

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.