ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୂଖ୍ୟମନ୍ତ୍ରୀ - CM Gets Darshan Of Lord Jagannath

By ETV Bharat Odisha Team

Published : Jun 22, 2024, 11:08 PM IST

thumbnail
CM Mohan Charan Majhi Visits Srimandira (ETV Bharat Odisha)

CM Mohan Charan Majhi Visits Srimandira: ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ସନ୍ଧ୍ୟା ବେଳେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେବାୟତ ଓ ପୁରୀ ବିଜେପିର ନେତା ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ। ପରେ ମୂଖ୍ୟମନ୍ତ୍ରୀ ସ୍ନାନମଣ୍ଡପ ଯାଇ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଗଜାନନ ବେଶ ଦର୍ଶନ କରିଥିଲେ। ଦର୍ଶନ ପରେ ମିଡ଼ିଆକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ କରି ସେ ନିଜକୁ ବେଶ ଭାଗ୍ୟବାନ ମନେ କରୁଛନ୍ତି। ଆଗାମୀ ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ସେନେଇ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି। ଏହା ସହିତ ସେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ପବିତ୍ର ଦିବସ ଅବସରରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ଯ ଶ୍ରୀମନ୍ଦିର ଆସି ଦେବ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିବା ରାଜ୍ୟ ଆଇନ ମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.