ପରିବାର ପାଇଁ ବୋଝ କଞ୍ଚା ପରିବା, ବଜାର ଦର ଆକାଶ ଛୁଆଁ - INCREASE VEGETABLE PRICE

By ETV Bharat Odisha Team

Published : Jun 14, 2024, 12:17 PM IST

thumbnail

INCREASE VEGETABLE PRICE: ନିଆଳି: ନିର୍ବାଚନ ଆସିଲା ଚାଲିଗଲା । କିନ୍ତୁ ଦରବୃଦ୍ଧି ଏବେ ସାଧାରଣ ଗରିବ ଲୋକଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ପାଇଁ ଏବେ ବୋଝ । କଞ୍ଚା ପରିବା ଏବେ ପ୍ରତ୍ୟେକ ପରିବାର ପାଇଁ ବୋଝ ଉପରେ ଲଳିତା ବିଡ଼ା ପାଲଟିଛି । ଯାହା ପାଖାପାଖି ୨୦ରୁ ୪୦ ଟଙ୍କା କିଲୋ ପ୍ରତି ମିଳୁଥିବା ବେଳେ ଏବେ କିନ୍ତୁ ଦୁଇ ଗୁଣା ବୃଦ୍ଧି ହୋଇଥିବା ନେଇ ଗ୍ରାହକ ଅଭିଯୋଗ କରିଛନ୍ତି ।‌ କଟକ ଜିଲ୍ଲା ନିଆଳି ବଜାର ସବୁଠାରୁ ବଡ଼ ପରିବା ମାର୍କେଟ । ଏହି ବଜାର ଉପରେ କଣ୍ଟାପଡ଼ା, ବାଲିପାଟଣା, ପିପିଲି, ନିମାପଡ଼ା, ନୂଆହାଟ, ଜଗତସିଂହପୁର, ବାଲିକୁଦା ଏବଂ ନିଆଳି ବ୍ଲକର ଚାଷୀ, ବ୍ୟବସାୟୀ ଏବଂ ଗ୍ରାହକଙ୍କ ଗହଳି ଜମିଥାଏ । ବଜାରରେ କଞ୍ଚା ପରିବାଠାରୁ ଆରମ୍ଭ କରି ଆଳୁ, ପିଆଜ, ରସୁଣ ଓ ଅଦା ଦର କାହିଁକି କେତେ ବୋଲି କହିଛନ୍ତି ଗ୍ରାହକ ଓ ବ୍ୟବସାୟୀ  ।‌

ଏହା ମଧ୍ୟ ପଢନ୍ତୁ....ହାଣ୍ଡିଶାଳକୁ ସିଧାସଳଖ ମହଙ୍ଗା ମାଡ଼, ବଢୁଛି ପିଆଜ ଦର - onion price hike
ତେବେ କିଲୋ ପ୍ରତି ଦର ରହିଛି ବାଇଗଣ ୩୦ରୁ ୪୦ ଟଙ୍କା, ଝୁଡୁଙ୍ଗ ୮୦, କଲରା ୫୦ରୁ ୬୦, ଅମୃତ ଭଣ୍ତା ୨୦, ଦେଶୀ ଆଳୁ ୪୦, କଖାରୁ ୩୦, ସାରୁ ୬୦, ବିଲାତି ୪୦, ଧନିଆପତ୍ର ୧୫୦, କାଙ୍କଡ଼ କିଲୋ ୧୦୦ ଟଙ୍କା ଏବଂ କଞ୍ଚା ଲଙ୍କା ୧୫୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଛି ।‌ ସେହିପରି ଆଳୁ କିଲୋ ୨୫ ଟଙ୍କାରୁ ୩୦ ଟଙ୍କା ,ଅଦା ୧୮୦ ଟଙ୍କାରୁ ୨୦୦ ଟଙ୍କା, ରସୁଣ ୧୮୦ ରୁ ୨୦୦ ଟଙ୍କା ଓ ପିଆଜ କିଲୋ ପ୍ରତି ୩୦ ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି । ଏହି ଦର ନିର୍ବାଚନ ପରେ ବୃଦ୍ଧି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ । ବଜାର ଦର ଯୋଗୁଁ ଗରିବ ସାଧାରଣ ଖାଉଟି ଏବଂ ମଧ୍ୟବିତ୍ତ ପରିବାର ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି ।


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.