thumbnail

By ETV Bharat Odisha Team

Published : Jun 27, 2024, 10:09 AM IST

ETV Bharat / Videos

ଭାଙ୍ଗି ଗଲେଣି ରଥର ପାର୍ଶ୍ଵ ଦେବାଦେବୀ ମୂର୍ତ୍ତି, ମନ୍ଦିର ପ୍ରଶାସନର ଅବହେଳାକୁ ଦାୟୀ କଲେ ସେବାୟତ - Jagannath ratha yatra

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ନିକଟତର ହେଉଥିବା ବେଳେ ପ୍ରସ୍ତୁତି ମଧ୍ୟ ସେହିକ୍ରମରେ ଜାରି ରହିଛି । ରଥଖଳାରେ ରଥ ନିର୍ମାଣ ସାଙ୍ଗକୁ ପରିଚାଳନା ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନ ଘନ ଘନ ବୈଠକ କରିବାରେ ଲାଗିଛନ୍ତି । ହେଲେ ଏହାରି ମଧ୍ୟରେ ଅବ୍ୟବସ୍ଥାର ଏକ ଚିତ୍ର ସାମ୍ନାକୁ ଆସିଛି । ଯାହା ପ୍ରଶାସନର ଉଦାସୀନତାକୁ ପଦାରେ ପକାଇଛି । ତିନି ରଥର ଏକାଧିକ ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ଓ ସଖୀ ମୂର୍ତ୍ତି ଆଦି ନଷ୍ଟ ହୋଇଯାଇଛି । ପ୍ରତିବର୍ଷ ରଥରେ ବ୍ୟବହାର ହେଉଥିବା ଏହି ମୂର୍ତ୍ତିକୁ ରକ୍ଷଣାବେକ୍ଷଣ ଅବଭାବରୁ ଉଈ ଖାଇଯାଇଥିବା ଦେଖିବାକୁ ମିଳିଛି । ମୂର୍ତ୍ତିଗୁଡିକର ମୁହଁ, କାନ, ହାତଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମନ୍ଦିର ପ୍ରଶାସନ ଉପରେ ଅସନ୍ତୋଷ ଝାଡିଛନ୍ତି ରୂପକାର ସେବକ । ଏନେଇ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ମଧ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ଓ ସାରଥିମାନଙ୍କୁ ସଠିକ୍‌ ସ୍ଥାନରେ ରଖାଗଲା ନାହିଁ । ଫଳରେ ଏଗୁଡ଼ିକ ଉଈ ଖାଇ ଅଧିକାଂଶ ନଷ୍ଟ ହୋଇଯାଇଛି । ଏଣୁ ଚଳିତ ରଥଯାତ୍ରାରେ କିଭଳି ଏହି ପାର୍ଶ୍ଵ ଦେବାଦେବୀ, ସଖୀ ମୂର୍ତ୍ତିକୁ ବ୍ୟବହାର କରାଯିବ, ସେ ନେଇ ରୂପକାର ସେବକ ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଘଟଣାର ଅନୁଧ୍ୟାନ ପାଇଁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କହିଛନ୍ତି ।

ଏହା ବି ପଢନ୍ତୁ- ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳା, କେଉଁ ମଣ୍ଡପରେ ହୁଏ କେଉଁ ନୀତି ?

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.