ଆଗାମୀ ନିର୍ବାଚନ ପାଇଁ କଟକରେ ଗୁରୁମନ୍ତ୍ର ଦେଲେ ଶିବରାଜ

By ETV Bharat Odisha Team

Published : Feb 14, 2024, 11:15 AM IST

thumbnail

Shivraj Singh Chouhan visits Cuttack କଟକ: 'ଓଡ଼ିଶାରେ ପୂର୍ଣ୍ଣ ବହୁମତରେ ବିଜେପି ଗଢ଼ିବ ସରକାର' । କଟକ ସ୍ଥିତ ସାରଳା ଭବନରେ ଆୟୋଜିତ ଲୋକସଭା ସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ଦେଇ  ଏହା କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭାରେ ବିଜେପି ବହୁମତ ଆଣିବ ଓ ଏହି ଚାରୋଟି ଆସନରେ ବିଜେପି ଜିତିବ ବୋଲି କହିଛନ୍ତି ଶିବରାଜ । କଟକ ସ୍ଥିତ ସାରଳା ଭବନରେ ଆୟୋଜିତ ବୈଠକରେ କଟକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଆଗାମୀ ନିର୍ବାଚନ ପାଇଁ ଦଳର ନେତା, କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଶିବରାଜ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ଉପସଭାପତି ଡଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସହ ରାଜ୍ୟ ଓ କଟକ ଜିଲ୍ଲା ବିଜେପି ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକ ପୂର୍ବରୁ କଟକ ଜିଲ୍ଲା ବିଜେପିର ବିଭିନ୍ନ ମୋର୍ଚ୍ଚା ଓ କଟକ ମହାନଗର ନିଗମର ବିଜେପି କର୍ପୋରେଟର ଫୁଲମାଳ ଓ ଉତ୍ତରୀୟ ଦେଇ ଶିବରାଜ ସିଂ ଚୌହାନଙ୍କୁ ସମ୍ମାନିତ କରିଥିଲେ । କେବେଳ ସେତିକି ନୁହେଁ ଚଣ୍ଡୀ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିଥିଲେ ଶିବରାଜ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.