ରାମୋଜୀ ରାଓଙ୍କ ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା ଓ ସେଲିବ୍ରିଟି - Ramoji Rao Passes Away

By ETV Bharat Odisha Team

Published : Jun 8, 2024, 11:12 PM IST

thumbnail
Tribute to Ramoji Rao (ETV Bharat Odisha)

ହାଇଦ୍ରାବାଦ: ଆଉ ନାହାନ୍ତି ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓ । ତାଙ୍କ ବିୟୋଗରେ ସାରା ଦେଶରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ହାଇଦ୍ରାବାଦସ୍ଥିତ ଫିଲ୍ମ ସିଟି ମୁଖ୍ୟାଳୟରେ ରାମୋଜୀ ରାଓଙ୍କ ପାର୍ଥିବ ଶରୀର ଆଜି (ଶନିବାର) ଦିନ ତମାମ ରଖାଯାଇଛି । ସେଠାରେ ତାଙ୍କ ଶୁଭେଚ୍ଛୁ, ପ୍ରଶଂସକ, କର୍ମଚାରୀ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଛନ୍ତି  । ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ରାମୋଜୀ ରାଓ । ସେ ମିଡିଆ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ଫିଲ୍ମ ସିଟି ମୁଖ୍ୟାଳୟରେ ପହଞ୍ଚି ମିଡିଆ ଜଗତର ବେତାଜ୍ ବାଦଶାହଙ୍କ ଶେଷ ଦର୍ଶନ କରିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଏନ୍‌ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସେଲିବ୍ରିଟି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.