thumbnail

ବାଲୁକା କଳାରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି

By ETV Bharat Odisha Team

Published : Feb 6, 2024, 2:15 PM IST

Sand Artist Tribute To Lata Mangeshkar: ପୁରୀ: ସୁରସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଛନ୍ତି । ଆଜି ଲତା ଦିଦିଙ୍କ ଦ୍ୱିିତୀୟ ଶ୍ରାଦ୍ଧବାର୍ଷିକୀ । ସାରା ଦେଶ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛି । ଏହି ଅବସରରେ ବାଲୁକା ଚିତ୍ରକଳାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୁରୀ ବେଳାଭୂମିର ନିଳାଦ୍ରୀ ବିଚ୍‌ରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ବାଲୁକା କଳାରେ ଲତା ମଙ୍ଗେସକରଙ୍କ ପ୍ରତିମୂର୍ତ୍ତି ତିଆରି କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଣ୍ଠଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବୟସାଧିକ ଅସୁସ୍ଥତା ହେତୁ ଲତା ଦିଦିଙ୍କର ୬ ଫେବୃଆରୀ ୨୦୨୨ରେ ଦେହାନ୍ତ ହୋଇଥିଲା । ତାଙ୍କର ଦେହାନ୍ତରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା ଏବଂ ଓଦା ଆଖିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: କୋକିଳକଣ୍ଠୀଙ୍କୁ ଝୁରୁଛି ଦେଶ, ମାରିବାକୁ ହୋଇଥିଲା ଷଡଯନ୍ତ୍ର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.