thumbnail

ବାଲୁକା କଳାରେ ଭାରତର ‘ରତନ’ଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

By ETV Bharat Odisha Team

Published : 2 hours ago

ପୁରୀ: ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଦାନ୍ୟ ଶିଳ୍ପପତି ରତନ ଟାଟା । ତାଙ୍କ ବିୟୋଗକୁ ନେଇସାରା ଦେଶ ସ୍ତବ୍ଧ । ପୁରୀ ବେଳାଭୂମିର ନିଳାଦ୍ରୀ ବିଚରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ର କଳା ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାଲୁକା ଚିତ୍ରକଳାରେ ରତନ ଟାଟାଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଥିବାବେଳେ ସେ 'ଭାରତ ରତନ' ଥିଲେ ବୋଲି ବାର୍ତ୍ତା ଦିଆଯାଇଛି।

ଏହା ବି ପଢନ୍ତୁ...ମୁଁ ଠିକ୍ ନିଷ୍ପତ୍ତି ନେବାରେ ବିଶ୍ବାସ କରେନି, ନିଷ୍ପତ୍ତି ନିଏ ଓ ଏହାକୁ....

ଏହା ବି ପଢନ୍ତୁ...ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ
ରତନ ଟାଟାଙ୍କ ପରଲୋକ ଭାରତ ପାଇଁ ଅପୂରଣୀୟ କ୍ଷତି । ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ । "କେବଳ ଭାରତ ନୁହେଁ, ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି । ଭାରତବର୍ଷ ଏକ ଅମୂଲ୍ୟ ରତ୍ନକୁ ହରାଇବା ସହ ଏକ ଅପୂରଣୀୟ କ୍ଷତି ସହିଛି" ବୋଲି କହିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ-ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ଏହା ମଧ୍ୟ ପଢନ୍ତୁ-Ratan Tata: ପ୍ରଥମ ଚାକିରି ପାଇଁ କିପରି ଥିଲା ରତନ ଟାଟାଙ୍କ ବାୟୋଡାଟା ? ପଢ଼ନ୍ତୁ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.