ସ୍ୟାଣ୍ଡ ଆନିମେସନରେ ମହାପ୍ରଭୁଙ୍କ ଗଜାନନ ବେଶ - Sand animation On Snana Purnima - SAND ANIMATION ON SNANA PURNIMA
🎬 Watch Now: Feature Video
Published : Jun 21, 2024, 9:55 PM IST
SAND ANIMATION ON SNANA PURNIMA: ପୁରୀ: ସ୍ୟାଣ୍ଡ ଆନିମେସନରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ ଏବଂ ଠାକୁରଙ୍କ ଗଜ ବେଶ କିପରି ଏବଂ କାହା ପାଇଁ ପ୍ରଭୁ ଧାରଣ କରିଥିଲେ । ସେହି କାହାଣୀକୁ ଅତି ନିଖୁଣ ଭାବରେ ଦେଖାଇଛନ୍ତି ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ।
ଏହି ଅବସରରେ ସେ କହିଛନ୍ତି ଯେ, ଗଣପତି ଭଟ ଜଣେ ଭକ୍ତ ଦକ୍ଷିଣ ଭାରତର ଲୋକ । ସେ କେବଳ ପ୍ରଭୁ ଗଣେଶଙ୍କୁ ଆରାଧନା କରୁଥିଲେ ସେ କେବଳ ଗଣେଶଙ୍କୁ ଚିହ୍ନନ୍ତି । ସେ ସୁଦୂର ଦକ୍ଷିଣ ଭାରତରୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଆସିଥିଲେ ଏବଂ ଜଗନ୍ନାଥଙ୍କ ମଧ୍ୟ୍ୟରେ ପ୍ରଭୁ ଗଣେଶଙ୍କୁ ଖୋଜି ଥିଲେ । ତାଙ୍କର ଏହି ବ୍ୟାକୁଳତାକୁ ପ୍ରଭୁ ଦେଖି ନିଜେ ଗଣପତି ବେଶରେ ଦର୍ଶନ ଦେଇଥିଲେ । ତାଙ୍କର ଭକ୍ତିରେ ବିଭୋର ହୋଇ ପ୍ରଭୁ ଜଗନ୍ନାଥ କଳା ହାତୀ ଏବଂ ବଳଭଦ୍ର ଧଳା ହାତୀ ବେଶରେ ଗଣପତି ଭଟଙ୍କୁ ଦର୍ଶନ ଦେଇଥିଲେ ।
ଭକ୍ତର ଭଗବାନ ପ୍ରଭୁ ଜଗନ୍ନାଥ । ଭକ୍ତ ଯେଉଁ ରୂପରେ ଚାହିଁବ ପ୍ରଭୁ ସେହି ରୂପରେ ଦର୍ଶନ ଦିଅନ୍ତି ଭକ୍ତଙ୍କୁ । ଏହି ସମ୍ପୂର୍ଣ୍ଣ କାହାଣୀ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ଏହାକୁ ପ୍ରସ୍ତୁତ କରିବାକୁ ମାନସଙ୍କୁ ପ୍ରାୟ 18 ଘଣ୍ଟା ସମୟ ଲାଗିଥିଲା । ଏହି କାହାଣୀରେ ନିଛକ ଉଦାହରଣ ଦର୍ଶାଉଛି ଯେ ଭକ୍ତ ଓ ଭଗବାନଙ୍କ ଭିତରେ ମଧୁର ସମ୍ପର୍କ ।
ଇଟିଭି ଭାରତ, ପୁରୀ